27.1 C
Bhubaneswar
Wednesday, November 27, 2024
Homeଓଡିଶାଓଡ଼ିଶାର ମହିଳାଙ୍କ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ- ଅଲକା ଲାମ୍ବା

ଓଡ଼ିଶାର ମହିଳାଙ୍କ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ- ଅଲକା ଲାମ୍ବା

ଭୁବନେଶ୍ୱର – ଅଖିଲ ଭାରତ ଜାତୀୟ କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ଆଜି ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଲେ ଯେ ରାଜ୍ୟରେ ଜନସଂଖ୍ୟାର ୫୦ ଭାଗ ମହିଳା ହୋଇଥିଲେ ମଧ୍ୟ ଆଜି ମହିଳମାନଙ୍କ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗ ଜନକ । ବୟସ୍କା ନାବାଳିକା ଏବଂ ବିଶେଷ କରି ମହିଳାମାନେ ଏ ରାଜ୍ୟରେ ଆଦୌ ସୁରକ୍ଷିତ ନୁହନ୍ତି । ପ୍ରତିଦିନ ଏ ରାଜ୍ୟରେ ୭ ଜଣ ମହିଳାଙ୍କୁ ଧର୍ଷଣ କରାଯାଏ ବୋଲି ଏନସ୍‌ଆରବି ରିପୋର୍ଟରେ ପ୍ରକାଶିତ ଖାଲି ସେତିକି ନୁହେଁ ଏହି ୭ଜଣ ମହିଳାଙ୍କ ମଧ୍ୟରୁ ୪ ଜଣ ନାବାଳିକା ଅଟନ୍ତ । ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ମହିଳା ନିଖୋଜରେ ରାଜ୍ୟ ଭାରତ ବର୍ଷର ପ୍ରଥମ ସ୍ଥାନ ଅଧିକାର କରିଛି । ଏହା ବୋଧହୁଏ ବଡ଼ ଉପଲବ୍ଧି ବୋଲି କଟୁ ସମାଲୋଚନା କରି କହିଥିଲେ । ଆସନ୍ତା ଦିନରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକକୁ କଂଗ୍ରେସ ଦଳର ମହିଳା ନେତ୍ରୀମାନେ ମହିଳମାନଙ୍କ ନ୍ୟାୟ ପାଇଁ ଯାଇ ଲଢ଼େଇ କରିବେ । ରାଜ୍ୟର ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପାଇଁ ସେମାନେ ବ୍ଲକ ସ୍ତରରୁ ଲଢ଼େଇ ଲଢ଼ିବେ । ୨୦୦୦ ମସିହା ବେଳକୁ କଂଗ୍ରେସ ସରକାର ସମୟରେ ମଦରୁ ମାତ୍ର ୧୧୪.୮୨ କୋଟି ଟଙ୍କା ଆୟ ହେଉଥିଲା କିନ୍ତୁ ଆଜି ତାହା ୬୪୫୫ କୋଟି ଟଙ୍କାରେ ପଂହଚିଲାଣି । ଏହି ୧୦ ବର୍ଷ ଭିତରେ ରାଜ୍ୟ ସରକାର ମଦର ଆୟର ବୃଦ୍ଧି ପରିମାଣ ୩୬୮ ପ୍ରତିଶତକୁ ଛୁଇଁଛି । ମଦରୁ ଆୟ କରି ରାଜ୍ୟ ରାଜକୋଷକୁ ଭରାଯାଉଛି । କିନ୍ତୁ ଏହା ଦ୍ୱାରା ଆଜି ପ୍ରତ୍ୟେକ ପରିବାରରେ ପୁଅ ଏବଂ ବାପା ମଦ ପିଇ ସବ୍ୱସାନ୍ତ ହେଉଛନ୍ତି । କଂଗ୍ରେସ ସରକାର ସମୟରେ ଖାଦ୍ୟ ପଦାର୍ଥର ଦରଦାମ ଯାହା ଥିଲା ଆଜି ଅଟା ଠାରୁ ଆରମ୍ଭ କରି ବିସ୍କୁଟ ପର୍ଯ୍ୟନ୍ତ ପାଖାପାଖି ୨୦୦ ପ୍ରତିଶତର ବୃଦ୍ଧି ଘଟିଛି । ଏ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କେବଳ ଭୋଟ ପାଇଁ ବ୍ୟବହାର କରୁଛନ୍ତି । ପ୍ରକୃତରେ ସେମାନଙ୍କର କୌଣସି ଅର୍ଥନୈତିକ ବିକାଶ ହୋଇନାହିଁ କି ହେଉନାହିଁ । ମିଛରେ ମହିଳାମାନଙ୍କର ବିକାଶ ଘଟୁଛି ବୋଲି ଡିଣ୍ଡିମ ପିଟାଯାଉଛି । ପ୍ରକୃତରେ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନଙ୍କର ଦିନକର ଆୟ ୧୭.୬୭ ପଇସା । ରାଜ୍ୟରେ ଏକ ପ୍ରଚାର ସର୍ବସ୍ୱ ସରକାର ଚାଲିଛି ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking