23.1 C
Bhubaneswar
Monday, February 2, 2026
Homeଅପରାଧମହିଳା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଅସୁରକ୍ଷିତ ମହିଳା

ମହିଳା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଅସୁରକ୍ଷିତ ମହିଳା

କୋଲକାତା: କୋଲକାତାରେ ପୁଣି ଲଜ୍ଜା । ମାସେ ନପୂରୁଣୁ ପୁଣି ଅସୁରକ୍ଷିତ ନାରୀ । ବାରମ୍ବାର ପଶ୍ଚିମବଙ୍ଗରେ ଦୁଷ୍କର୍ମର ଖବର ଆସୁଥିବା ବେଳେ ଜଣେ ନାରୀ ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ ନାରୀଟିଏ କେତେ ଅସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି । ଯଦିଓ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ମମତା ବାନାର୍ଜୀ ଝିଅ ପିଲା ରାତିରେ କଣ ପାଇଁ ବାହାରକୁ ବାହାରୁଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ । ଯାହା ଫଳରେ ତାଙ୍କ ବୟାନକୁ ନେଇ ବିବାଦ ବଢିଥିଲା। ହେଲେ ଗତ ଦୁଇ ଦିନ ତଳେ ପୁଣି ପଶ୍ଚିମବଙ୍ଗରେ ଗୋଟେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି ।

କୋଲକାତା ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ପରେ ଯୁବତୀଙ୍କ ମୃତ୍ୟୁ ଏବଂ ପରେ ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ କ୍ୟାମ୍ପସ ବାହାରେ ଥିବା ଜଙ୍ଗଲିଆ ଅଞ୍ଚଳରେ ନିଜ ବୟଫ୍ରେଣ୍ଡ ଏବଂ ଅନ୍ୟମାନଙ୍କ ଦ୍ବାରା ଗଣଦୁଷ୍କର୍ମ ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଯଦିଓ କଡା ଆକ୍ସନ ପରେ ଦୋଷୀଙ୍କୁ ବନ୍ଧା ଯାଇଥିଲା ଆଉ ଲାଗୁଥିଲା ଏବେ ପଶ୍ଚିମବଙ୍ଗରେ ଏମିତି ଆଉ ଲଜ୍ଜା ଘଟିବନି ବୋଲି । ହେଲେ ହୁଗୁଳିର ହୃଦୟ ବିଦାରକ ଘଟଣା ସବୁ ସୀମା ପାର କରିଦେଇଛି । ଯେଉଁଠି ଜଣେ ବୃଦ୍ଧ ଜେଜେବାପା ତାର ୪ ବର୍ଷର ନାତୁଣୀକୁ ମଶାରୀ ତଳୁ ଟେକି ନେଇ ଦୁଷ୍କର୍ମ କରିଛି । ଏମିତି ଏକ ଲଜ୍ଜାଜନକ ଘଟଣା ମଣିଷ ସମାଜର ମୁଣ୍ଡକୁ ତଳକୁ କରି ଦେଇଛି ।

ତେବେ ହୁଗୁଳିର ଏ ହୃଦୟବିଦାରକ.. ଅମାନବିକ… ଅମାନୁଷିକ… ଲୋମଟାଙ୍କୁରା… ସମାଜର ମୁଣ୍ଡ ତଳକୁ ହେଲା ପରି ଲଜ୍ଜାଜନକ ଘଟଣା ଯିଏ ଶୁଣୁଛି ସିଏ କାନରେ ହାତ ଦେଇ ଦେଉଛି । ଯେଉଁଠି ଜଣେ କୁନି ଝିଅକୁ ଝୁଣି ଖାଇଯାଇଛି ତା ସମ୍ପର୍କୀୟ । ଆପଣ ଶୁଣିଲେ ଅବାକ ହେବେ କି ଗୋଟେ ଛୋଟ ପିଲା ଯାହାର ବୟ ମାତ୍ର ୪ ବର୍ଷ । ସେମିତି ଜଣେ ୪ ବର୍ଷର ଶିଶୁକନ୍ୟାକୁ ତା ନିଜ ଜେଜେବାପା ଦୁଷ୍କର୍ମ କରିଛି । ଜେଜେମାଆ ପେଟ ତଳେ ଶୋଇଥିବା ୪ ବର୍ଷର ନାତୁଣିକୁ ଟେକି ନେଇ ତା ଜେଜେ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜାତୀୟ ଗଣମାଧ୍ଯମର ଖବର ପ୍ରକାଶ ପାଇଛି କି ଦୁଷ୍କର୍ମ ଘଟଣାରେ ଯେଉଁ ଜଣଙ୍କୁ ଗିରଫ କରାଯାଇଛି ସିଏ ହିଁ ଉକ୍ତ ଶିଶୁର ଜେଜେବାପା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking