27.1 C
Bhubaneswar
Wednesday, February 4, 2026
Homeଓଡିଶାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ: ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କାରାଯାଇଛି ମହିଳାଙ୍କ ମୃତଦେହ। ଫ୍ୟାନ୍‌ରେ ପିନ୍ଧା ଲୁଗାକୁ ବେକରେ ଲାଗି ଝୁଲୁଥିବା ଅବସ୍ଥାରେ ମୃତଦେହକୁ ସଦର ଥାନା ପୁଲିସ ଉଦ୍ଧାର କରିଛି। ମୃତଦେହ ନିକଟରୁ ଜବତ ହୋଇଛି ମହିଳାଙ୍କ ସୁଇସାଇଡ୍ ନୋଟ୍‌। ଏଭଳି ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ ଘଟିଛି। ମୃତ ମହିଳା ଜଣଙ୍କ ଚାଉଳିଆ ଗ୍ରାମର କୁନା ବେହେରାଙ୍କ ୨୫ବର୍ଷୀୟା ପତ୍ନୀ କବିତା ମାହୁନ୍ତ ବୋଲି ଜଣାପଡିଛି। ମୃତ୍ୟୁର ସଠିକ୍ କାରଣ କ’ଣ ଜଣା ପଡିନଥିଲେ ମଧ୍ୟ ଜବତ ହୋଇଥିବା ମୃତା ମହିଳା ଏକ ସୁଇସାଇଡ଼ ନୋଟରେ ମୋ ମୃତ୍ୟୁ ପାଇଁ ଟୁକୁ ଦାସ ଦାୟୀ ବୋଲି ଲେଖାଯାଇଛି। ପ୍ରକାଶ, ମୃତା ମହିଳା ଜଣେ ଦୁଷ୍କର୍ମ ପୀଡ଼ିତା ବୋଲି ତାଙ୍କ ସ୍ୱାମୀ କହିଛନ୍ତି। ଦୁଷ୍କର୍ମ ପରେ ଅଭିଯୁକ୍ତ ନାନା ଧମକ ଚମକ ଦେଉଥିଲେ। ତେବେ ଦୁଷ୍କର୍ମ ଅଭିଯୋଗର ୫ଦିନ ପରେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିନାହିଁ। ଏପଟେ ଭୟ ଓ ଲୋକଲଜ୍ୟା ସହି ନପାରି ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଗତ ୩୦ ତାରିଖ ରାତିରେ ବାଡ଼ି ପଟକୁ କବିତା ପରିଶ୍ରା ଯାଇଥିବା ବେଳେ ତାଙ୍କ ଗ୍ରାମର ଟୁକୁ ଦାସ ନାମକ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ ହୋଇଥିଲା ବୋଲି ଜଣାପଡିଛି। ଅଭିଯୋଗ ପରେ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି। ମହିଳାଙ୍କ ଡାକ୍ତରୀମାଇନା କରାଯାଇ ତଦନ୍ତ ଜାରି ରହିଛି। ମାତ୍ର ଅଭିଯୁକ୍ତ ଟୁକୁ ଦାସ ଫେରାର ରହିଛି। ଅପରପକ୍ଷରେ ପୁଲିସ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଓ କବିତାଙ୍କ ସ୍ୱାମୀ ଦୁହେଁ ମିଶି ସେଟରିଂ କାମ କରନ୍ତି। ଅଭିଯୁକ୍ତ ଟୁକୁ ଦାସ କୁନା ବେହେରାଙ୍କ ଘରକୁ ସବୁବେଳେ ଯିବା ଆସିବା କରନ୍ତି। ତେବେ ଖୁବ୍‌ଶୀଘ୍ର ମୃତ୍ୟୁ ଘଟଣାର ସତ୍ୟ ଜଣାପଡିବ ଓ ଅଭିଯୁକ୍ତ ଗିରଫ ହେବ ବୋଲି ଢେଙ୍କାନାଳ ଏସ୍‌ପି ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking