21.1 C
Bhubaneswar
Saturday, February 14, 2026
Homeଓଡିଶାମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଫୁଲବାଣୀ : ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ବିଶିପଡା ପଂଚାୟତର କୁମୁରିଗୂଡା ନିକଟରେ ଥିବା ଏକ ଜାମୁକୋଳି ଗଛରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ କୁମୁରିଗୂଡାର ମନୋରଞ୍ଜନ ଦିଗାଲଙ୍କ ସ୍ତ୍ରୀ ସୀମନ୍ତି ଦିଗାଲ ବୋଲି ଜଣାପଡିଛି । ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସୂଚନା ମୁତାବକ, ସୀମନ୍ତି ବୁଧବାର ସକାଳୁ ଘରୁ କୁଆଡେ ଚାଲି ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଗୁରୁବାର ଅପରାହ୍ନ ତିନିଟା ସମୟରେ ଗାଁ ନିକଟରେ ଥିବା ଜଙ୍ଗଲକୁ କିଛିଲୋକ ଯାଇଥିବା ସମୟରେ ଏକ ଜାମୁକୋଳି ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ୍ୟୁର କାରଣ ଜଣା ପଡି ନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking