କୋଣାର୍କ: ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ପାଖରେ ଥିବା ଏକ ଭଡା ଘରୁ ମହିଳାଙ୍କ ମୃତଦେହ ଉଦ୍ଧା ର ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଝିଲ୍ଲୀ ସାହୁ । ତେବେ ମହିଳାହ୍କ ମୃତ୍ୟୁ କିପରି ହେଲା ଏଯାଏ କାରଣ ଅସ୍ପଷ୍ଟ ରହିଛି । କିଛି ମାସ ହେବ ଦମ୍ପତ୍ତି ୨ ଜଣ ଅସ୍ତରଙ୍ଗ ଅଂଚଳରେ ଏକ ଭଡା ଘରେ ରହି ଟିଫିନ ସେଣ୍ଟର କରିଥିଲେ । ଅନେକ ସମୟରେ ଘରେ ଗଣ୍ଡଗୋଳ ଲାଗି ରହୁଥିଲା । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅସ୍ତରଙ୍ଗ ଥାନାରେ ଝିଲ୍ଲୀଙ୍କ ସ୍ୱାମୀକୁ ଅଟକ ରଖିଛି ପୋଲିସ । ପୁରୀ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।










