17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଅନ୍ତିମ ସାକ୍ଷାତକାର ପାଇଁ ୨୦୦୦ କିଲୋମିଟର ଯାତ୍ରା କଲେ ମହିଳା

ଅନ୍ତିମ ସାକ୍ଷାତକାର ପାଇଁ ୨୦୦୦ କିଲୋମିଟର ଯାତ୍ରା କଲେ ମହିଳା

ବେଙ୍ଗାଲୁରୁ: ଜଣେ ମହିଳା ଉତ୍ତର ପ୍ରଦେଶରୁ ଏକ ଷ୍ଟାର୍ଟଆପ୍ କମ୍ପାନୀରେ ହେବାକୁ ଥିବା ‘ଚୂଡ଼ାନ୍ତ ପ୍ରଯ୍ୟାୟ ଇଣ୍ଟରଭ୍ୟୁ’ ପାଇଁ ୨୦୦୦ କିଲୋମିଟର ଦୂର ବେଙ୍ଗାଲୁରୁକୁ ଯାତ୍ରା କରିଥିଲେ। କିନ୍ତୁ କମ୍ପାନୀ ତାଙ୍କ ଇଣ୍ଟରଭ୍ୟୁ ନେବା ଜାଗାରେ ତାଙ୍କୁ ‘ଘୋଷ୍ଟ’(ସମ୍ପର୍କ ଛିନ୍ନ) କରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ବିଭିନ୍ନ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି। ଏବଂ ସୋଶିଆଲ ମିଡିଆ ୟୁଜର୍ସମାନେ କମ୍ପାନୀର ଏପରି ଅଜବଗଜବ ବ୍ୟବହାରକୁ ନେଇ ତୀବ୍ର ସମାଲୋଚନା ଜାରି ରଖିଛନ୍ତି।

ସାମାଜିକ ଗଣମାଧ୍ୟମ ରେଡିଟରେ ଉକ୍ତ ମହିଳାଙ୍କ ଜଣେ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ସେୟାର କରିଛନ୍ତି। ପୋଷ୍ଟ ଅନୁଯାୟୀ, ଉତ୍ତରପ୍ରଦେଶର ଜଣେ ମହିଳାଙ୍କୁ ବେଙ୍ଗାଲୁରୁର ଏକ ଟେକ୍ କମ୍ପାନୀରେ ଚାକୀରି କରିବା ନିମନ୍ତେ ଆବେଦନ କରିଥିଲେ। ଉକ୍ତ ଟେକ୍ କମ୍ପାନୀ ମହିଳାଙ୍କ ଆବେଦନ ଗ୍ରହଣ କରିବା ସହ ଅନଲାଇନ ଯୋଗେ କିଛି ରାଉଣ୍ଡ ଇଣ୍ଟରଭ୍ୟୁ ମଧ୍ୟ କରିଥିଲା। ମହିଳା ଜଣଙ୍କ ସମସ୍ତ ମାନଦଣ୍ଡ ପୁରା କରିବା ପରେ ଚୂଡ଼ାନ୍ତ ଆଲୋଚନା ପାଇଁ କମ୍ପାନୀ ମହିଳା ଜଣଙ୍କୁ ବେଙ୍ଗାଲୁରୁ ଡାକିଥିଲା। ଏମିତିକି କମ୍ପାନୀ ତାଙ୍କ ଯାତ୍ରା ଖର୍ଚ୍ଚ ଫେରସ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ମହିଳାଙ୍କ ପାଖରେ ବିମାନ ଟିକେଟ କିଣିବା ପାଇଁ ଟଙ୍କା ନଥିଲା। ତେଣୁ ସେ ତାଙ୍କ ବନ୍ଧୁଙ୍କ ସହାୟତାରେ ଟିକେଟ କିଣିଥିଲେ, କାରଣ ସେ ଭାବିଥିଲେ ଯେ ପରେ କମ୍ପାନୀ ସମସ୍ତ ଖର୍ଚ୍ଚ ଫେରସ୍ତ କରିବ।

ଏହାପରେ ଧାର୍ଯ୍ୟ ହୋଇଥିବା ତାରିଖ ଦିନ ମହିଳା ଜଣଙ୍କ ବେଙ୍ଗାଲୁରୁ ଯାଇ ଇଣ୍ଟରଭ୍ୟୁ ଦେଇଥିଲେ ଏବଂ ନିଜ ପ୍ରଦର୍ଶନ ନେଇ ଆତ୍ମବିଶ୍ୱାସୀ ଥିଲେ। କିନ୍ତୁ ଘରକୁ ଫେରିବା ପରେ କମ୍ପାନୀ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲା। କୌଣସି ଜବାବ ନ ମିଳିବାରୁ ମହିଳା ଏବଂ ତାଙ୍କ ବନ୍ଧୁ କମ୍ପାନୀ ସହ ବାରମ୍ୱାର ଯୋଗାଯୋଗ କରିବା ପରେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ। ଏନେଇ ମହିଳା ଜଣଙ୍କ ହତାଶ ହୋଇପଡିଥିଲେ। କାରଣ ଏହା ସୁନିଶ୍ଚିନ୍ତ ହୋଇଯାଇଥିଲା ଯେ ନା ଉକ୍ତ କମ୍ପାନୀରୁ ମହିଳାଙ୍କୁ ଚାକିରୀ ମିଳିବ ନା ଯାତ୍ରା ସମ୍ପର୍କିତ ଖର୍ଚ୍ଚ ଫେରସ୍ତ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking