14.1 C
Bhubaneswar
Monday, January 12, 2026
Homeଓଡିଶାମଦଭାଟି ଜାଳିଦେଲେ ମହିଳା

ମଦଭାଟି ଜାଳିଦେଲେ ମହିଳା

କେନ୍ଦୁଝର: ସରକାରୀ ଦେଶୀ ମଦଭାଟି ଜାଳିଦେଲେ ମହିଳା। ଦେଶୀ ମଦଭାଟିକୁ ପୋଡ଼ି ଦେଲେ ୫ଟି ଗାଁର ଶତାଧିକ ଆଦିବାସୀ ମହିଳା। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପଞ୍ଚାୟତ ବାଉଁଶନାଳୀ ଗାଁ ପାଖ ଜଙ୍ଗଲରେ ଥିବା ଭାଟି ଜାଳିଦେଲେ। ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ବାଉଁଶନଳୀସ୍ଥିତ ଏକ ସରକାରୀ ଦେଶୀ ମଦ ଭାଟିରେ ପଶି ବ୍ୟାପକ ଭଙ୍ଗାରୁଜ୍ଜା କରିବା ସହ ପୋଡାଜଳା କରିଛନ୍ତି। ଏହି ମଦଭାଟିରୁ ମଦ୍ୟପାନ କରିବା ଯୋଗୁଁ ପରିବାରରେ ଅଶାନ୍ତି ବଢ଼ିବା ଅଭିଯୋଗ କରାଯାଇଛି। ବିନା ଗ୍ରାମସଭାରେ ଏହି ମଦ ଭାଟିଟି ନିର୍ମାଣ ହୋଇଥିବା ମଧ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି। ଭାଟି ସ୍ଥାନାନ୍ତର କରିବାକୁ ଦୀର୍ଘ ଦିନରୁ ଦାବି ପୂରଣ ହେଉ ନ ଥିବାରୁ ତାତି ମହିଳା ଠେଙ୍ଗା ଧରି ବଦ ଭାଟି ଭିତରେ ପଣିଥିଲେ ଭଙ୍ଗାରୁଜ୍ଜା କରିବା ସହ ରନ୍ଧ ମଦ ସାମଗ୍ରୀ ଗୁଡିକୁ ନଷ୍ଟ କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking