27.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଚୋର ଭାବି ପିଟିଥିବା ଯୁବକଙ୍କୁ ଜ୍ବାଇଁ କଲେ ମହିଳା

ଚୋର ଭାବି ପିଟିଥିବା ଯୁବକଙ୍କୁ ଜ୍ବାଇଁ କଲେ ମହିଳା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜୌନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁ ଯୁବକଙ୍କୁ ଲୋକମାନେ ରାତିର ଅନ୍ଧାରରେ ଚୋର ଭାବି ମାଡ଼ ମାରିଥିଲେ ପରବର୍ତ୍ତୀ ସମୟରେ ସେ ଉକ୍ତ ପରିବାର ଜ୍ବାଇଁ ହୋଇଥିଲେ। ଏହି ଅନନ୍ୟ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାଟି ହେଉଛି ଏପରି… ଜାସରପତହାଁ ଥାନା ଅଞ୍ଚଳର କରିମପୁର ଖୁର୍ଦ ଗାଁରେ ଗତ ସୋମବାର ରାତିରେ ଖୁଥାନ ଥାନା ଅଞ୍ଚଳର ପନୌଲି ଗାଁର ବାସିନ୍ଦା ବିକାଶ ପାସୱାନ ତାଙ୍କ ପ୍ରେମିକା ରୁବିଙ୍କୁ ଦେଖା କରିବାକୁ ଆସିଥିଲେ। ଏହି ସମୟରେ ରୁବିଙ୍କ ମା’ ଓ ପରିବାର ‌ଲୋକ ବିକାଶଙ୍କୁ ଦେଖି ଚୋର ଭାବି ନିସ୍ତୁକମାଡ଼ ମାରିଥିଲେ। କିଛିସମୟ ପରେ ପଚରାଉଚରା ସମୟରେ ବିକାଶ କହିଥିଲେ, ‘ମୁଁ ଚୋର ନୁହେଁ। ମୋର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା ପ୍ରେମିକା ରୁବିଙ୍କୁ ଭେଟିବାକୁ ଆସିଥିଲି।’

ରୁବି ମଧ୍ୟ ବିକାଶଙ୍କ କଥାକୁ ସମର୍ଥନ କରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା କଥାକୁ ସ୍ବୀକାର କରିଥିଲେ। ଏହାପରେ ଉଭୟଙ୍କ ପରିବାର ସାରା ରାତି ଆଲୋଚନା କରିବା ପରେ ବିବାହ ସ୍ଥିର ହୋଇଥିଲା। ଘଟଣାର ପରଦିନ ପରିବାରଲୋକ ବିକାଶ ଓ ରୁବିଙ୍କର ଧୁମଧାମରେ ବିବାହ କରାଇଥିଲେ। ଏହି ଅନନ୍ୟ ବିବାହ ଗାଁରେ ଆଲୋଚନାର ବିଷୟ ପାଲଟିଛି। କିଛିଲୋକ ଏହି ବିବାହରେ ସହମତି ଦେଇଥିବା ବେଳେ ଅନ୍ୟମାନେ ଏହି ବିବାହ ପରିବାରଲୋକ ନିଜ ନିଜର ସମ୍ମାନ ରକ୍ଷା ପାଇଁ ଏପରି କରିଥିବା ପ୍ରତିକ୍ରିୟା ଦେଇ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking