20.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶନବରାତ୍ରୀରେ ପୂଜା ନକରିବାରୁ ଜୀବନ ହାରିଲେ ମହିଳା

ନବରାତ୍ରୀରେ ପୂଜା ନକରିବାରୁ ଜୀବନ ହାରିଲେ ମହିଳା

ନୂଆଦିଲ୍ଲୀ: ବୁଧବାର ଦିନ ଉତ୍ତର ପ୍ରଦେଶର ଝାନ୍ସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୬ ବର୍ଷୀୟା ମହିଳା ଋତୁସ୍ରାବ ଯୋଗୁଁ ନବରାତ୍ରିରେ ଉପବାସ ଏବଂ ପ୍ରାର୍ଥନା କରିପାରି ନ ଥିବାରୁ ଆତ୍ମହତ୍ୟା କରିଛନ୍ତି।

ରିପୋର୍ଟ ଅନୁସାରେ, ପ୍ରିୟାଂଶା ସୋନି ନାମକ ଏହି ମହିଳା ନବରାତ୍ରି ଉତ୍ସବର ଅଂଶ ନହେବାରୁ ବହୁତ ଦୁଃଖିତ ଥିଲେ ଏବଂ ତା’ପରେ ବିଷ ପିଇ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।  ତାଙ୍କ ପରିବାର ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। କିନ୍ତୁ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ସ୍ୱାମୀଙ୍କ କହିବା ଅନୁସାରେ, ସେ ନବରାତ୍ରି ପାଇଁ ବହୁତ ଉତ୍ସାହିତ ଥିଲେ ଏବଂ ପର୍ବ ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲେ। ସେ ପ୍ରାର୍ଥନା ପାଇଁ ଜିନିଷପତ୍ର ମଧ୍ୟ କିଣିଥିଲେ । କିନ୍ତୁ, ପ୍ରିୟାଂଶାଙ୍କ ଋତୁସ୍ରାବ ସେହି ଦିନ ହୋଇଥିଲା ଯେଉଁଦିନ ନବରାତ୍ରି ଆରମ୍ଭ ହୋଇଥିଲା। ମୁକେଶ ଗଣମାଧ୍ୟମକୁ କହିଥିଲେ ଯେ ସେ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଚରମ ପଦକ୍ଷେପ ନେଇଥିଲେ । ପ୍ରିୟାଂଶାକୁ ଚିକିତ୍ସା ପାଇଁ ଝାନ୍ସୀ ମେଡିକାଲ କଲେଜକୁ ନିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା ​​ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଘରକୁ ଫେରିବା ପରେ ପ୍ରିୟାଂଶାଙ୍କ ଅବସ୍ଥା ପୁଣି ଖରାପ ହୋଇଗଲା ଏବଂ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking