ସମ୍ବଲପୁର: ସମ୍ବଲପୁର ବୁର୍ଲାରେ ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଛନ୍ତି ମହିଳା । ଲୋକେ ଅଟକାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ମୃତକ ମହିଳା ହେଉଛନ୍ତି ବୁର୍ଲାର ବୋଲି ଜଣାପଡିଛି । କାହିଁକି ଜୀବନ ହାରିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ଆଜି ଜଣେ ଯୁବତୀ ଫୋନରେ କାହା ସଙ୍ଗେ କଥା ହୋଇ କାନ୍ଦି କାନ୍ଦି ବ୍ରିଜ ଉପରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ରାସ୍ତାରେ ଯାଉଥିବା ପଥଚାରୀମାନେ ଅଟକାଇବାକୁ ଉଦ୍ୟମ କରିଥିଲେ ସତ୍ତ୍ୱେ ମହିଳା ଜଣଙ୍କ କାହା କଥା ଶୁଣିନଥିଲେ । ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚିିି ମୃତଦେହକୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଯୁବତୀ ଜଣଙ୍କ କାହିଁକି ଜୀବନ ହାରିଲେ ତାହା ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କଣ କାରଣ ହୋଇଥାଇପାରେ ଯେ ଯୁବତୀ ଜଣଙ୍କ ଏଭଳି ଚରମ ନିଷ୍ପତ୍ତି ନେଲେ ।










