21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସ୍ୱାମୀକୁ ମାରି କୂଅରେ ଫିଙ୍ଗିଦେଲା ସ୍ତ୍ରୀ

ସ୍ୱାମୀକୁ ମାରି କୂଅରେ ଫିଙ୍ଗିଦେଲା ସ୍ତ୍ରୀ

ଆନ୍ଧ୍ରପ୍ରଦେଶ: କୁହାଯାଏ ସ୍ୱାମୀ ଦେବତା, କିନ୍ତୁ ଏହି ଘଟଣାରେ ତାହା ମିଥ୍ୟା ବୋଲି ପୁରା ବାରି ହୋଇ ପଡୁଛି। ମହିଳା ଜଣଙ୍କ ଯାହାକୁ ହାତ ଧରି ବାହା ହୋଇଥିଲେ ସେ ଗାଳି କଲେ ବୋଲି ତାଙ୍କୁ ନିର୍ମମ ଭାବରେ ମାଡ ମାରି କୂଅରେ ଫୋପାଡ଼ି ଦେଲେ। ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶର ମଛଲିପଟନମରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ହେଉଛନ୍ତି ଉଷାରାଣୀ। ତାଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ପ୍ରସାଦ ତାଙ୍କୁ ସବୁବେଳେ ଗାଳି କରୁଥିଲେ। ସେଥିରେ ସେ ବିରକ୍ତ ହୋଇ ତାଙ୍କ ପୁଅ ଏବଂ ଝିଅଙ୍କୁ ଏ ବିଷୟରେ ଜଣାଇଥିଲେ। ତା ପରେ ସେମାନେ ୩ଜଣ ମିଶି ପ୍ରସାଦଙ୍କୁ ମାରିବା ପାଇଁ ଏକ ଯୋଜନା କଲେ। ଯେତେବେଳେ ସ୍ୱାମୀ ପ୍ରସାଦ ଗଭୀର ନିଦ୍ରାରେ ଥିଲେ ସେତେବେଳେ ସେମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

୩ଜଣ ମିଶି ତାଙ୍କ ହାତ ଗୋଡ ବାନ୍ଧି ବହୁତ ବାଡେଇଥିଲେ। ଯେତେବେଳେ ତାଙ୍କ ହାତ ଗୋଡ ଆଉ ନଚାଲିଲା ସେତେବେଳେ ସ୍ତ୍ରୀ ଏବଂ ଛୁଆ ଭାବିଲେ ଯେ ସେ ବୋଧେ ମରିଗଲେ, ତା ପରେ ସେମାନେ ତାଙ୍କୁ ଏକ କୂଅରେ ଫିଙ୍ଗି ଦେଇଥିଲେ। ସେତିକିରେ ବି ସେମାନଙ୍କର ମନ ବୁଝିନଥିଲା ଯେ, ତାଙ୍କୁ କୂଅରେ ଫିଙ୍ଗି ସାରିବା ପରେ ତାଙ୍କ ଉପରେ ପଥର ଫୋପାଡ଼ିଥିଲେ। ସ୍ଥାନୀୟ ଲୋକେ ଯେତେବେଳେ ତାଙ୍କୁ କୂଅରେ ଦେଖିଲେ ତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ତାଙ୍କର ଚେତା ଫେରିବା ପରେ, ସମ୍ପୂର୍ଣ୍ଣ ଘଟଣା ଜଣା ପଡିଥିଲା। ପୁଲିସ ଏସବୁ ଘଟଣା ଜାଣିବା ପରେ ମହିଳା ଜଣଙ୍କୁ କଡା ଭାବରେ ପଚାର ଉଚରା କରିବାରୁ ମହିଳା ଜଣଙ୍କ ସବୁ ସତ ପୁଲିସ ଆଗରେ କହିଥିଲେ। ଫଳରେ ପୁଲିସ, ମହିଳା ଏବଂ ତାଙ୍କ ପୁଅ ଝିଅଙ୍କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking