33.1 C
Bhubaneswar
Wednesday, April 1, 2026
Homeଅପରାଧଜମି ବିବାଦରୁ ମହିଳାଙ୍କୁ ହତ୍ୟା

ଜମି ବିବାଦରୁ ମହିଳାଙ୍କୁ ହତ୍ୟା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଓ ଲହୁଣିପଡ଼ା ଥାନା ଅଞ୍ଚଳରେ ଶୁକ୍ରବାର ଦୁଇଟି ହତ୍ୟାକାଣ୍ଡ ଘଟିଯାଇଛି। ସାରା ଦେଶ ମା’ ଦୁର୍ଗାଙ୍କ ପୂଜାରେ ମଗ୍ନ ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ଗୋଟିଏ ସ୍ଥାନରେ ଜମି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଛି। ଅନ୍ୟ ସ୍ଥାନରେ ସ୍ବାମୀର ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି।

ମୃତକମାନେ ହେଲେ ନୀଳ ମହାକୁଡ଼(୪୫) ଓ ମଙ୍ଗଳି ମୁଣ୍ଡା(୪୦)। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ କୋଇଡ଼ା ଥାନା ଅନ୍ତର୍ଗତ କନ୍ତରକୋଇଡ଼ା ବସ୍ତିର ନୀଳ ମହାକୁଡ଼(୪୫) ଘରକୁ ଫେରି ସ୍ତ୍ରୀ ମଙ୍ଗଳି ମୁଣ୍ଡା(୪୦)ଙ୍କୁ ଖାଇବାକୁ ମାଗିଥିଲେ। ହେଲେ ଦେବା ବିଳମ୍ବ ହେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଥିରେ ଉତ୍‌କ୍ଷିପ୍ତ ହୋଇ ନୀଳଏକ ଟାଙ୍ଗିଆରେ ମଙ୍ଗଳିଙ୍କୁ ହାଣି ଦେଇଥିଲା। ଲହୁଣିପଡା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଟିଙ୍କୋ ଗ୍ରାମରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, କମଲ ସିଂ ଓ ତାଙ୍କର ସମ୍ପର୍କୀୟ ବଡ଼ଭାଇଙ୍କ ପରିବାର ମଧ୍ୟରେ ଜମିଜାଗାକୁ ନେଇ ବିବାଦ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking