28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଇନଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯାଇ ଦୁଷ୍କର୍ମର ଶୀକାର ହେଲେ ମହିଳା

ଇନଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯାଇ ଦୁଷ୍କର୍ମର ଶୀକାର ହେଲେ ମହିଳା

ମୁମ୍ବାଇ: ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଏକ ସମାନ ଘଟଣା ଘଟିଛି । ଇନଷ୍ଟାଗ୍ରାମରୁ ବନ୍ଧୁ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଇ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଦେଖା କରିବା ଆଳରେ ଯୁବକ ଜଣତ ତାଙ୍କୁ ଅପହରଣ ପରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କର୍ଣ୍ଣାଟକର ଜଣେ ମହିଳା ଇନଷ୍ଟାଗ୍ରାମ ଜରିଆରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲେ । କିଛି ଦିନ ପରେ ଉଭୟ ଏକ ସ୍ଥାନରେ ଭେଟିବାକୁ ଯୋଜନା କରିଥିଲେ । ଯୋଜନା ଅନୁସାରେ ମହିଳା ଜଣକ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଏହାପରେ ଅଭିଯୁକ୍ତ ଏବଂ ତାଙ୍କର ଜଣେ ବନ୍ଧୁ ମହିଳାଙ୍କୁ ସେଠାରୁ ଏକ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ ।

ସେଠାରେ ତାଙ୍କୁ ବିଅରରେ ନିଶା ମିଶାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏପରିକି ନିଶା ହେବା ପରେ ତାଙ୍କ ସହ ଅସଦାଚରଣ କରା ଯାଇଥିବା ପୁଲିସ କହିଛି । ଅଭିଯୁକ୍ତମାନେ ମହିଳାଙ୍କୁ ଯେତେବେଳେ କାରରେ ତାଙ୍କ ଘର ପାଖରେ ଛାଡିଥିଲେ, କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ସନ୍ଦେହ କରିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ଡାକ୍ତରୀ ମାଇନା ପାଇଁ ମହିଳାଙ୍କୁ ଡାକ୍ତରଖାନାକୁ ପଠାଇଛି । ସେପଟେ ମହିଳାଙ୍କ ପରିବାର ଲୋକେ ଗଣଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି । ପୁଲିସ କହିଛନ୍ତି ଯେ, ମହିଳାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଏବଂ ବୟାନ ଆଧାରରେ ଅଧିକ ତଦନ୍ତ କରାଯିବ । ନିକଟରେ ମହାରାଷ୍ଟ୍ରରେ ଏହିପରି ଏକ ସମାନ ଘଟଣା ଘଟିଥିଲା । ଜଣେ ୧୪ ବର୍ଷର ନାବାଳିକା ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିବା ଜଣେ ଯୁବକଙ୍କୁ ଭେଟିବାକୁ ଯାଇ ଥିବାବେଳେ ତାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରା ଯାଇଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking