ବାଲେଶ୍ୱର: ଚିକିତ୍ସାପାଇଁ ଏମ୍ସକୁ ଯାଉଥିବା ବେଳେ ଟ୍ରେନରୁ ଖସିପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ସୋର ପୌରାଞ୍ଚଳ କମାଣପୁର ଗ୍ରାମର ବାସନ୍ତୀ ଲତା ପ୍ରଧାନ ଜଣେ ଦିବ୍ୟାଙ୍ଗ ମହିଳା ଅଟନ୍ତି। ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଚିକିତ୍ସାପାଇଁ ଆଜି ସକାଳେ ଭୁବନେଶ୍ୱର ଏମ୍ସ ଡ଼ାକ୍ତରଖାନାକୁ ବାରିପଦା ଟ୍ରେନରେ ଯିବାର ଥିଲା। ଷ୍ଟେସନରେ ବାରିପଦା ଟ୍ରେନରେ ଚଢ଼ିବା ସମୟରେ ଚଳନ୍ତା ଟ୍ରେନରୁ ଖସିପଡି ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।










