ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଅନେକ ଯୁବକ ଯୁବତୀ ରିଲ୍ସ କରିଥାନ୍ତି , କେହି କେହି ଚଳନ୍ତା ଟ୍ରେନରେ ନିଜ ଜୀବନକୁ ବିପଦରେ ପକାଇ ରିସ୍କ ନିଅନ୍ତି । ଏଭଳି ଏକ ଦୁର୍ଭାଗ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ରିଲ୍ସ କରିବାକୁ ଯାଇ ମହିଳା ଜଣଙ୍କ ଗଙ୍ଗା ନଦୀରେ ଭାସିଯାଉଛନ୍ତି । ଘଟଣାଟି ଏପ୍ରିଲ ୧୨ ତାରିଖର । ମହିଳା ଏବଂ ତାଙ୍କ ପରିବାର ଉତ୍ତରାଖଣ୍ଡର ଉତ୍ତରକାଶୀ ବୁଲିବାକୁ ଯାଇଥିଲେ । ମହିଳାଜଣଙ୍କ ମଣିକର୍ଣିକା ଘାଟ ନିକଟରେ ରିଲ ଭିଡିଓ ସୁଟିଂ କରୁଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଘୁରି ବୁଲୁଛି । ମହିଳା ଜଣଙ୍କ ନଦୀରେ ଛିଡା ହୋଇ ଫଟୋ ପାଇଁ ପୋଜ ଦେଉଥିଲେ । ସେହି ସମୟରେ ନିଜକୁ ନିୟନ୍ତ୍ରଣ କରି ନପାରି ପାଣିର ସ୍ରୋତରେ ଭାସିଯାଇଥିଲେ । ଯାହା ଫଳରେ ସେ ପାଣିରେ ବୁଡି ଯାଇ ତାଙ୍କ ମୃତ୍ୟୁ ହୋଇଥିଲା । ବୟସ ପାଖାପାଖି ୨୦ରୁ ୨୫ ବର୍ଷ ବୋଲି ଅନୁମାନ କରାଯାଉଛି । ଏବେ ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓଟି ଯେତେବେଳେ ସେୟାର କରାଯାଇଥିଲା ୬୬,୦୦୦ରୁ ଅଧିକ ଭ୍ୟୁ ପାଇଥିଲା । ଏହି ଭିଡିଓ ଦେଖିବା ପରେ କେହି କେହି ଲାଇ , ସେୟାର କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି , ରିଲ୍ସ ପାଇଁ ମାଆ ଟି ତା ଝିଅକୁ ହରାଇଲା ।