33.1 C
Bhubaneswar
Monday, February 23, 2026
Homeଓଡିଶାଛାତରୁ ପଡି ମହିଳାଙ୍କ ମୃତ୍ୟୁ: ୭ ଅଟକ

ଛାତରୁ ପଡି ମହିଳାଙ୍କ ମୃତ୍ୟୁ: ୭ ଅଟକ

ଜଗତସିଂହପୁର: ଛାତରୁ ପଡି ମହିଳାଙ୍କ ମୃତ୍ୟୁ । ୪ ମହଲା ବିଶିଷ୍ଟ ବିଲ୍ଡିଂ ପଛପଟେ ପଡି ରହିଛି ମୃତଦେହ । ଜଗତସିଂହପୁର ଜିଲ୍ଲା ପାରାଦୀପର ତାରିଣୀଗଡାରେ ଚାଞ୍ଚଲ୍ୟ । ସୂଚନା ଅନୁସାରେ ବିଲ୍ଡିଂର ସଫେଇ କର୍ମଚାରୀ, ଭୋର ସାଢେ ୫ଟାରେ ସିଡିଘର କବାଟ ଖୋଲି ଘର ସଫା କରୁଥିବା ସମୟରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ । ଦେଖିବା ପରେ ମହିଳା ଜଣଙ୍କ ପଡିଥିବା ଦେଖିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛ ମହିଳା ଜଣଙ୍କ କେଉଁଠୁ ଆସିଲେ, କିପରି ଏହା ଘଟିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ସନ୍ଦେହ କରାଯାଉଛି ଯେ, ମହିଳା ଜଣକ ଛାତରୁ ପଡିଯାଇଛନ୍ତି । ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ହାର୍ଡ ଡିକ୍ସ ଜବତ କରି ତଦନ୍ତ ଆରମ୍ଭ କରିଛି । ଘରେ ରହିଥିବା ୭ ଜଣ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking