24.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶ୧୦ ମହଲାରୁ  ପଡି ମହିଳାଙ୍କ ମୃତ୍ୟୁ

୧୦ ମହଲାରୁ  ପଡି ମହିଳାଙ୍କ ମୃତ୍ୟୁ

ବ୍ୟୁରୋ : ୧୦ ମହଲା ତଳୁ ଖସି ପଡିଲେ ମହିଳା ଆଉ ଚାଲିଗଲା ଜୀବନ । ଏପରି ଘଟଣା ଉତ୍ତର ପ୍ରଦେଶ ରାଜଧାନୀ   ଲକ୍ଷ୍ନୌରେ  ଘଟିଛି। ମହିଳାଜଣକ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଝିଅ ବୋଲି ଜଣାଯାଇଛି। ବିବାହ ପରେ ସେ  ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଲକ୍ଷ୍ନୌର ଏକ ଫ୍ଲାଟରେ ରହୁଥିଲେ। ତେବେ ଗତକାଲି ସନ୍ଧ୍ୟା ସମୟରେ ମହିଳାଜଣକ ନିଜ ଫ୍ଲାଟରୁ ତଳକୁ ଖସି ପଡ଼ିଥିଲେ। ଏହା ଏକ ଦୁର୍ଘଟଣା ନୁହେଁ,  ଜ୍ୱାଇଁ ହିଁ ଝିଅକୁ ଠେଲି ମାରିଦେଇଥିବା ଅବସରପ୍ରାପ୍ତ ବିଚାରପତି ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking