20.1 C
Bhubaneswar
Saturday, February 14, 2026
Homeଓଡିଶାବିରୁଡ଼ି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବିରୁଡ଼ି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ପୁରୀ : ବିରୁଡ଼ି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ଜଣଙ୍କ ହେଲେ ଦ୍ରୌପଦୀ ମହାନ୍ତି। ଗତକାଲି ଦ୍ରୌପଦୀ ନିଜ ଘର ପଛରେ ହୋଇଥିବା ଏକ ବିରୁଡ଼ି ବସା ଭାଙ୍ଗୁଥିଲେ। ଏହି ସମୟରେ ବସାଟି ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଶତାଧିକ ବିରୁଡ଼ି ଉଡ଼ି ଆସି ତାଙ୍କୁ କାମୁଡ଼ି ଦେଇଥିଲେ। ଦ୍ରୌପଦୀ ଜୋରରେ ଚିତ୍କାର କରିବାରୁ ପରିବାର ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପରିବାର ଲୋକେ ଘରକୁ ନେଇ ଆସିଥିଲେ। ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦ୍ରୌପଦୀଙ୍କର ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking