32.1 C
Bhubaneswar
Wednesday, April 1, 2026
Homeଅପରାଧଲିଭ ଇନ ପାର୍ଟନରଙ୍କ ଗୁପ୍ତାଙ୍ଗ କାଟି ଦେଲେ ମହିଳା

ଲିଭ ଇନ ପାର୍ଟନରଙ୍କ ଗୁପ୍ତାଙ୍ଗ କାଟି ଦେଲେ ମହିଳା

ଆନ୍ଧ୍ର ପ୍ରଦେଶ : ଲିଭ ଇନ ପାର୍ଟନରଙ୍କୁ ଆକ୍ରମଣ କରି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଲେ ମହିଳା। ଆନ୍ଧ୍ର ପ୍ରଦେଶର ପ୍ରକାସାମ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆହତ ବ୍ୟକ୍ତି ଜଣଙ୍କ ହେଲେ ବିହାରର ବିଜୟ କୁମାର ଯାଦବ। ତାଙ୍କ ସହ ୪ ମାସ ହେଲା ଏକାଠି ରହୁଥିବା ସୀତା କୁମାର ଏଭଳି କାଣ୍ଡ ଘଟାଇଛନ୍ତି। ଉଭୟ ୪ ମାସ ହେଲା ଲିଭ ଇନରେ ରହୁଥିଲେ। ବିଜୟ କୁମାରଙ୍କ ପତ୍ନୀ ବିହାରରେ ରୁହନ୍ତି। ତେଣୁ ସେ ଆନ୍ଧ୍ର ପ୍ରଦେଶରେ କାମ କରି ଯାହା ରୋଜଗାର କରନ୍ତି, ସେସବୁ ପତ୍ନୀଙ୍କ ପାଖକୁ ପଠାଇ ଦିଅନ୍ତି। ବିଜୟ ପତ୍ନୀଙ୍କୁ ଟଙ୍କା ପଠାଉଥିବାରୁ ଏହା ସୀତାଙ୍କୁ କଷ୍ଟ ଦେଉଥିଲା। ତେଣୁ ବିଜୟ ଶୋଇଥିବା ବେଳେ କୌଶଳକ୍ରମେ ତାଙ୍କ ଆଖି ଓ ହାତକୁ କପଡ଼ାରେ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କ ମୋବାଇଲ ଫୋନ ନେଇ ଯାଇଥିଲେ। ଶେଷରେ ସେ ତାଙ୍କ ଗୁପ୍ତାଙ୍ଗକୁ ପରିବା କଟା ଛୁରୀରେ ଆକ୍ରମଣ କରିଥିଲେ। ଘର ଛାଡ଼ିବା ପୂର୍ବରୁ ଏକଥା ସୀତା ତାଙ୍କ ମାଲିକଙ୍କୁ ମଧ୍ୟ ଅବଗତ କରିଥିଲେ ବୋଲି ପୁଲିସ୍‌ କହିଛି। ବିଜୟ ସହ ସୀତା ଲିଭ ଇନରେ ରହୁଥିଲେ ହେଁ ସେ ଭଲ ଭାବେ ତାଙ୍କର ଯତ୍ନ ନେଉ ନଥିଲେ। ଏଥିଯୋଗୁ ସବୁବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହେଉଥିଲା। ବିଜୟ ତୋଗୁଡିପାଡୁ ଗାଁରେ ଦୁଗ୍ଧ ବିକାଳି ଭାବେ କାମ କରନ୍ତି। ସେ ଏହି କାମରୁ ଯାହା ବି ରୋଜଗାର କରନ୍ତି, ସେସବୁ ପତ୍ନୀଙ୍କ ପାଖକୁ ପଠାଇ ଦିଅନ୍ତି। ସୀତାଙ୍କ ଘର ମଧ୍ୟ ବିହାରରେ। ସେ ବିଜୟଙ୍କ ସହ ଏଠାରେ ଲିଭ ଇନରେ ରହୁଥିଲେ। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ସୀତା କୁମାରୀ ଓ ବିଜୟ ଯାଦବ ଏଠାରେ ୪ ମାସ ହେଲା ରହୁଥିଲେ। ମହିଳା ଜଣଙ୍କ ବିଜୟଙ୍କ ଗୁପ୍ତାଙ୍ଗକୁ ଛୁରୀରେ ଆକ୍ରମଣ କରିବା ସହ ସେଠାରୁ ଚାଲି ଯାଇଥିଲେ। ଘଟଣା ସମ୍ପର୍କରେ ସେ ଘର ମାଲିକଙ୍କୁ ଅବଗତ କରାଇଥିଲେ। ଆମେ ବର୍ତ୍ତମାନ ଘଟଣାର ତଦନ୍ତ କରୁଛୁ।” ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ କହିଛନ୍ତି, “ମୁଁ ମୋ ଘରକୁ ଟଙ୍କା ପଠାଉଥିଲି। ହେଲେ ସୀତା ଏହାକୁ ସହ୍ୟ କରିପାରୁ ନଥିଲା। ମୋ ଶନିବାର ରାତିରେ ଖାଇବା ପରେ ଶୋଇବାକୁ ଯାଇଥିଲି। ଏହି ସମୟରେ ସୀତା ମୋ ଉପରେ ଆକ୍ରମଣ କରିଥିଲା।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking