28.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶ୨୧ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମହିଳା

୨୧ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡାର ସେକ୍ଟର ୧୦୦ ସ୍ଥିତ ଲୋଟସ୍ ବୁଲଭାର୍ଡ ସୋସାଇଟିରେ ଏକ ଆବାସିକ ଟାୱାରର ୨୧ତମ ମହଲାରୁ ଡେଇଁ ଜଣେ ୨୧ ବର୍ଷୀୟ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ରିପୋର୍ଟ ଅନୁସାରେ, ମହିଳା ଜଣକ ତାଙ୍କ ଫ୍ଲାଟର ବାଲକୋନିରୁ ଡେଇଁ ପଡିଥିଲେ ଏବଂ ଧକ୍କା ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ତୁରନ୍ତ ଘୟଣାସ୍ଥଲରେ ପହଞ୍ଚିଥିଲା । ମୃତଦେହହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କର୍ତ୍ତୃପକ୍ଷ ପରିବାରକୁ ଜଣାଇ ଦେଇଛନ୍ତି ଏବଂ ଆହୁରି ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଜାରି ରଖିଛନ୍ତି । ସେ ଏହି ଚରମ ପଦକ୍ଷେପ ନେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାର ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking