20.1 C
Bhubaneswar
Sunday, December 14, 2025
Homeଓଡିଶାପୁଅ ସହ ମିଶି ସ୍ୱାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ

ପୁଅ ସହ ମିଶି ସ୍ୱାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ

ନୟାଗଡ: ନୟାଗଡ ଫରେଷ୍ଟରଙ୍କ ଦରପୋଡା ମୃତଦେହ ମିଳିବା ଘଟଣା ଉପରୁ ହଟିଛି ପରଦା । ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା କହିଲେ ଏସଡିପିଓ । ଫରେଷ୍ଟରଙ୍କୁ ହତ୍ୟା କରାଯାଇଥିବା ସ୍ତ୍ରୀ ଓ ପୁଅଙ୍କ ଦ୍ୱାରା ସ୍ୱୀକାର କରାଯାଇଥିବା ସୂଚନା । ମୋବାଇଲରୁ ଫଟୋ ଡିଲିଟ୍ କରିବାକୁ ନେଇ ହୋଇଥିଲା ଗଣ୍ଡଗୋଳ । ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ହତ୍ୟାକୁ ସର୍ଟ ସର୍କିଟର ରୂପ ଦେବା ଲାଗି ଚେଷ୍ଟା କରାଯାଇଥିବା କହିଛି ପୋଲିସ । ପ୍ରାଥମିକ ଯାଞ୍ଚ ବେଳେ ଘଟଣାରେ ପୁଲିସ ପୁଅକୁ ପଚରାଉଚରା କରିଥିଲା । ପଞ୍ଚରିଡା ରେଞ୍ଜ ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହକୁ ଟାଉନ୍‌ ଥାନା ପୁଲିସ ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଶିଶିର ତାଙ୍କ ସ୍ତ୍ରୀ ଓ ପୁଅ ଘରେ ଥିବାବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରିଥିଲେ, ଆଖପାଖ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ନିଆଁରେ ଶିଶିର ପୋଡ଼ି ଯାଇଥିଲେ । ତେବେ ଘଟଣାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି ଫରେଷ୍ଟରଙ୍କ ବଡ଼ ଭାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking