କେନ୍ଦୁଝର: ଘଟଗାଁ ମା ତାରିଣୀ ମନ୍ଦିର ଭିତରେ ଘଟିଛି ଅଘଟଣ । ଦୀପ ଲଗେଇଲା ବେଳେ ଶାଢୀରେ ନିଆଁ ଲାଗିଯିବା ଖବର ସାମ୍ନାକୁ ଆସିଛି । ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ , ମହିଳା ଜଣଙ୍କ ଘର ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ଗାଁରେ । ତେବେ , ମହିଳା ଜଣଙ୍କ ମା ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ବୁଲିବାକୁ ଆସିଥିଲେ । ମନ୍ଦିର ଭିତରେ ଦୀପ ଲଗେଇଲା ବେଳେ , ମହିଳାଙ୍କ ଶାଢୀରେ ଭୁଲରେ ନିଆଁ ଲାଗିଯାଇଥିବାରୁ ସଂଗେ ସଂଗେ ନିଆଁ ଅଧିକ ଲାଗିଯାଇଥିଲା । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ , ମହିଳାଙ୍କର ଚିକିତ୍ସା ଚାଲିଛି ।