24.1 C
Bhubaneswar
Wednesday, February 4, 2026
Homeଓଡିଶାଫରେଷ୍ଟରଙ୍କୁ ନିର୍ଦ୍ଧୁମ ପିଟିଲେ ମହିଳା

ଫରେଷ୍ଟରଙ୍କୁ ନିର୍ଦ୍ଧୁମ ପିଟିଲେ ମହିଳା

ମୟୁରଭଞ୍ଜ: ମନରେଗା ଯୋଜନାରେ କାମ କରି ମଜୁରୀ ପାଇନଥିଲେ ଶ୍ରମିକ। ବିଭିନ୍ନ ସମୟରେ ଅଭିଯୋଗ କଲେ ଆଶ୍ୱାସନା ଦେଉଥିଲେ କିନ୍ତୁ ମଜୁରୀ ଟଙ୍କା ବ୍ୟାଙ୍କ ଜମାବହିରେ ଲାଗୁନଥିଲା। ଏହାର ପ୍ରତିବାଦରେ ମଜୁରୀ ପ୍ରଦାନ ଦାବିରେ ଧାରଣାରେ ବସିଥିଲେ କାମ କରିଥିବା ଶ୍ରମିକ ମାନେ। ଯୋଉଥିପାଇଁ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବିଭାଗରେ ସୃଷ୍ଟି ହୋଇଛି ହଙ୍ଗାମା।ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବକେୟା ଦେୟ ପ୍ରଦାନ ଦାବିକୁ ନେଇ ବିସ୍ଫୋରକ ପରିସ୍ଥିତି । କାମ କରି ବକେୟା ମଜୁରୀ ପ୍ରଦାନ ଦାବି କରୁଥିବା ସ୍ଥାନୀୟ ଲୋକ ଓ ମହିଳାମାନେ ଧାରଣାରେ ବସିଥିଲେ। ସେହି ସମୟରେ ହଠାତ ପରିସ୍ଥିତି ତୀବ୍ର ରୂପ ନେଇଥିଲା । ଫରେଷ୍ଟରଙ୍କୁ ଘେରି ସଂଘବଦ୍ଧ ଆକ୍ରମଣ କରି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ବରେହିପାଣି ରେଞ୍ଜର ଫରେଷ୍ଟର କାଳିଚରଣ ନାଏକଙ୍କୁ ନିର୍ଦ୍ଧୁମ ଜୋତାରେ ପିଟିଲେ ସ୍ଥାନୀୟ ମହିଳାମାନେ। ଫରେଷ୍ଟର ଘଟଣାକୁ ରୋକିବାକୁ ଉଦ୍ୟମ କରୁଥିବା ବେଳେ ପରିସ୍ଥିତି ଅଧିକ ଉଗ୍ରରୂପ ନେଇଥିଲା।

ଫରେଷ୍ଟରଙ୍କୁ ବଞ୍ଚାଇବାକୁ ଆସିଥିବା ଚହଲା ଏସିଏଫ ଲମ୍ବୋଦର ବାସ୍କେଙ୍କୁ ମଧ୍ୟ ଉତ୍ତେଜିତ ଲୋକମାନେ ଠେଲାପେଲା କରିବାକୁ ପଛାଇନଥିଲେ। ତେବେ ତାଙ୍କୁ ମଧ୍ୟ ଘେରାଉ କରାଯାଇ ମାଡ଼ ମାରିବା ପାଇଁ ଉଦ୍ୟମ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ମାତ୍ର ଘଟଣା ଗମ୍ଭୀର ହୋଇଥିଲେ ମଧ୍ୟ ପୋଲିସ କିମ୍ବା ବନବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ଖବର ମିଳିଥିବା ବେଳେ ବନବିଭାଗ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଆଗକୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ କାମ କରିଥିବା ସ୍ଥାନୀୟ ଶ୍ରମିକମାନଙ୍କ ଦେୟ ପ୍ରଦାନ ଦାବି କେବେ ପୂରଣ ହେବ ଦେଖିବାକୁ ବାକି ରହିଲା। ତେବେ ଶ୍ରମିକମାନଙ୍କ ମଜୁରୀ ଟଙ୍କା ପ୍ରଦାନରେ ବିଳମ୍ବ ପାଇଁ ଦାୟୀ କିଏ, ସରକାର ନା ବିଭାଗ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଦୋଷୀ କହିବା କାହାକୁ ବୋଲି ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking