27.1 C
Bhubaneswar
Tuesday, March 31, 2026
Homeଓଡିଶାଚୋରା ମଦ ଦୋକାନ ଭାଙ୍ଗିଲେ ମହିଳା

ଚୋରା ମଦ ଦୋକାନ ଭାଙ୍ଗିଲେ ମହିଳା

ବାଲେଶ୍ବର: ଚୋରା ମଦ ଦୋକାନ ଭାଙ୍ଗିଲେ ମହିଳା । ବାଲେଶ୍ବର ରାଇବଣିଆ ଥାନା ଖୁଦିଆ ମାଝିସାହି ପଞ୍ଚାୟତରେ ତାତିଲେ ମହିଳା । ଗୋଟିଏ ଦିନରେ ୧୫ରୁ ଅଧିକ ଚୋରା ମଦ ଦୋକାନ ଭାଙ୍ଗିବା ସହିତ ଦେଶି ମଦଭାଟିରେ ମଦ ତିଆରି ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି । ପଞ୍ଚାୟତର ଚନ୍ଦନପୁର, ଆଡିଆ ସାହି, ଗଡସାହି ଗାଁର ଘରେ ଘରେ ମଦ ବିକ୍ରି ହେଉଛି । ଏହି ମଦ ପିଇ ଗାଁର ଯୁବଗୋଷ୍ଠୀ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି । ଏନେଇ ବାରମ୍ବାର ରାଇବଣିଆ ଥାନା, ଜଳେଶ୍ଵର ଥାନା, ବାଲେଶ୍ବର ଏସପି ଏବଂ ଅବକାରୀ ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାରାଜ। ଫଳରେ ୧୩୦ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଗାଁରେ ଥିବା ଚୋରା ମଦ ଦୋକାନକୁ ବନ୍ଦ କରାଇବା ସହ ଭଙ୍ଗାରୁଜା କରିଛନ୍ତି । ୧୫ଟି ଜାଗାରେ ମଦ ଦୋକାନ ଭାଙ୍ଗିବା ସହିତ ଆଡ଼ିଆ ସାହିରେ ଥିବା ଗୋଟିଏ ମଦ ଭାଟିକୁ ଭାଙ୍ଗି ସମସ୍ତ ମଦ ତିଆରି ସାମଗ୍ରୀ ନଷ୍ଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking