କୁଚିଣ୍ଡା: କୁଚିଣ୍ଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ନଳରେ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ । ଜମନକିରା ଥାନା ପାଲୋଖମନ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିବାହିଁ । ପରକୀୟା ପ୍ରୀତି ସନ୍ଦେହରୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଗତକାଲି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ସମୟରେ ମଦ୍ୟପ ସ୍ୱାମୀ ରାଗି ଯାଇ ସ୍ତ୍ରୀକୁ ଏକ ନଳ ସାହାର୍ଯ୍ୟରେ ପିଟିପିଟି ହତ୍ୟା କରିଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।










