ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଅଟୋ ଚାଳକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ନିଜକୁ ଯବାନ ବୋଲି ପରିଚୟ ଦେଇଥିଲେ ଏବଂ ପରେ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ବୟାନାନୁସାରେ, ଦୁଇ ଜଣ ବ୍ୟକ୍ତି ତାଙ୍କ ଅଟୋରେ ଚଢିଥିଲେ । କଥାବାର୍ତ୍ତା ବେଳେ ସେମାନେ ପିଡୀତାଙ୍କ ଝିଅକୁ ସେନା ବିଦ୍ୟାଳୟରେ ନାମ ଲେଖାଇବାରେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଗୁରୁବାର ଏନେଇ କଥାବାର୍ତ୍ତା ହେବା ନିମନ୍ତେ ପୀଡିତାଙ୍କୁ ଏକ ହୋଚେଲକୁ ଡାକିଥିଲେ । ସେଠାରେ ତାଙ୍କୁ ବନ୍ଧୁକ ଦେଖାଇ ଭ୍ୟଭୀତ କରିବା ସହ ଦୁଷ୍କର୍ମ କରିଥିଲେ । ଏହି କଥା ପ୍ରକଟ କଲେ ତାଙ୍କ ଝିଅକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ପରୋ ଏନେଇ ପୀଡିତା ଜଣକ ରାକବଗଞ୍ଜ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବିଏନଏସର ଧାରା ୭୦ (୧)ରେ କେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଏସିପି ହେମନ୍ତ କୁମାର କହିଛନ୍ତି । ପ୍ରାଥମିକ ତଦନ୍ତରେ ଉଭୟ ଅଭିଯୁକ୍ତ ଉତ୍ତରପ୍ରଦେଶର ବୁଲନ୍ଦ ସହରର ନିବାସୀ ବୋଲି ଜଣାପଡିଛି । ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ବୁଲନ୍ଦ ସହର ଯାଇଛି ବୋଲି ଏସିପି ସୂଚନା ଦେଇଛନ୍ତି ।