19.1 C
Bhubaneswar
Friday, December 26, 2025
Homeଓଡିଶାଅନୁକୂଳ ପୂଜା ସହ ତିନି ଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ

ଅନୁକୂଳ ପୂଜା ସହ ତିନି ଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ

ପୁରୀ: ଆଜି ଅନୁକୂଳ ପୂଜା ସହ ତିନି ଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ମୁଖ୍ୟ ରୂପକାର ସେବକମାନେ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡେଇ ତିନି ରଥ ପ୍ରଭା ରେ ରୂପ ଖୋଦେଇ ଚିତ୍ର ଅଙ୍କନ ପୂର୍ବକ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭା ରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ତିନି ରଥ ପ୍ରଭା ଉପରେ ରାହୁ ବା କୀର୍ତ୍ତିମୁଖ ଦୁଇହାତରେ ଦୁଇଟି ଛୁରୀ ଧରିଥିବା ଚିତ୍ର, ବାଙ୍କରେ ଦାଳି ଲତା ଏବଂ ତଳ ଭାଗ ଦୁଇପାର୍ଶ୍ୱରେ ମଗର ମୁଖ ଇତ୍ୟାଦି ର ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି ।  ଏଥିସହ ତିନି ରଥ ଦୁଆର ବେଢ଼ା ରଥ ଉପରକୁ ଉଠିଲା । ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ଆଜି ତିନି ରଥର ଭୋଇ ସେବକ ମାନେ ମିଶି ତିନି ରଥର ଚାରୋଟି ଲେଖାଏଁ ଦୁଆର ବେଢ଼ା କୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ ସହ ସଂଯୋଗ ପୂର୍ବକ ରଥରେ ଦଉଡ଼ି ଦ୍ୱାରା ବାନ୍ଧେଣୀ କରିଛନ୍ତି । ତଥା ଆସନ୍ତାକାଲି ରଥରେ ଦୁଆର ବେଢ଼ାକୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ା ଉପରିଭାଗ ଚନ୍ଦ୍ର ଶାଳୀ ରେ ଧ୍ୱଜ ବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀ ରେ କଣ୍ଟା ବସି ଫିଟିଙ୍ଗ କରାଯିବ ।  ତେବେ ତିନି ରଥର ଘୋଡ଼ା ଇସ ନିର୍ମାଣ ଶେଷ ହୋଇଛି । ଆଜି ମହାରଣା ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଆଠଆଁସି ଘୋଡ଼ା ଇସ ନିର୍ମାଣ ସହ ସେଥିରେ ଦୁଇଟି ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି । ଏଥିସହ ତିନି ରଥରେ ବସିଲା ଧୂଳି ଦଣ୍ଡା । ତିନି ରଥ ମହାରଣା ସେବକ ମାନେ ଆଜି ତିନି ରଥର ପ୍ରଭା ଫିଟିଙ୍ଗ ପାଇଁ ବେଦୀ ପଛଭାଗ ଚଉଦ ନାହାକା ରେ ଦୁଇଟି ଲେଖାଏଁ ଧୂଳି ଦଣ୍ଡା ଫିଟିଙ୍ଗ କରିଛନ୍ତି । ଚିତ୍ରକାର ସେବକ ମାନେ ଆଜି ତିନି ରଥ କୁ ଦୁଆର ବେଢ଼ା ଉଠିବା ପାଇଁ ୨୪ ଟି ନାଟ ଗୋଡ ର ଖୋଦେଇ ରୂପରେ ରଙ୍ଗ ଚିତ୍ର ଶେଷ କରି ଯୋଗାଇବା ସହ ତିନି ରଥ କଳସରେ ପଦ୍ମ ପାଖୁଡ଼ା ରଙ୍ଗ ଚିତ୍ର ଶେଷ କରି ଛନ୍ତି, ଏଥି ସହ ତିନି ରଥର ଘୋଡ଼ା, ସାରଥି, ରଥର ବାହ୍ୟ ଅଂଶ ସହ ହଂସ ପଟା, ପାର୍ଶ୍ୱ ଦେବ ଦେବୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି । ଦରଜୀ ସେବକ ମାନେ ତିନି ରଥର ଘେର କନା ପ୍ରସ୍ତୁତ ଶେଷ କରି ପୋଟଳ କନା କଟିଙ୍ଗ ଶେଷ କରି ସେଥିରେ ଚିକଣ ଜାରୀ ଲେସ ଫିଟିଙ୍ଗ ଜାରୀ ରଖିଛନ୍ତି । ସେହିପରି ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦୁଆର ବେଢ଼ା ପାଇଁ ଧ୍ୱଜ ବତା କଣ୍ଟା, ଘୋଡ଼ା ସାରଥି ଙ୍କ ପାଇଁ ବାଗୁଆ କଣ୍ଟା ଶେଷ କରିବାସହ, ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking