26.1 C
Bhubaneswar
Wednesday, March 18, 2026
Homeଓଡିଶାଶୀତ: ଫୁଲବାଣୀରେ ତାପମାତ୍ରା ୧୫ ଡିଗ୍ରି

ଶୀତ: ଫୁଲବାଣୀରେ ତାପମାତ୍ରା ୧୫ ଡିଗ୍ରି

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଅନୁଭବ ହେବା ଆରମ୍ଭ ହୋଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ  ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବରେ ପଞ୍ଜିକୃତ ହୋଇଛି। ଫୁଲବାଣୀ ସହରର ତାପମାତ୍ରା ୧୫.୦ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟରେ  ସକାଳେ ଘନ କୁହୁଡ଼ି ସହରକୁ ଘୋଡ଼ାଇ ରଖିଥିବା ବେଳେ ରାଉରକେଲା, ଭବାନୀପାଟନାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି। ଭୁବନେଶ୍ବରର ରାତିର ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରି ରହିଛି। କଟକର ତାପମାତ୍ରା ୨୦.୨ ଡିଗ୍ରି ରହିଛି। ସେହିପରି ପାରଳାଖେମୁଣ୍ଡିର ରାତିର ତାପମାତ୍ରା ୩୫.୦ ଡିଗ୍ରି ରହିଛି। ଜି.ଉଦୟଗିରି ହିଲ୍ ଷ୍ଟେସନର ତାପମାତ୍ରା ୧୩.୦ ଡିଗ୍ରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking