26.1 C
Bhubaneswar
Wednesday, December 17, 2025
Homeଓଡିଶାସୀମା ବିବାଦକୁ ନେଇ ଉତ୍ତେଜନା: ୧୬୩ ଧାରା ଜାରି

ସୀମା ବିବାଦକୁ ନେଇ ଉତ୍ତେଜନା: ୧୬୩ ଧାରା ଜାରି

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅନ୍ତର୍ଗତ ଓସ୍ତପୁର-କୋଟପଲ୍ଲା ଗାଁରେ ଉତ୍ତେଜନା ସୃଷ୍ଟି ହେବାରୁ ଲାଗୁ ହୋଇଛି ୧୬୩ ଧାରା। ବୁଧବାର ସୀମା ବିବାଦକୁ ନେଇ ପୋଡ଼ାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗୁରୁବାର ଦିନ ସୀମା ବିବାଦକୁ ନେଇ ପୁଣି ହିଂସା ଘଟିବା ପରେ ଗାଁରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଅଞ୍ଚଳରେ ୧୬୩ ଧାରା  ଜାରି କରିଛନ୍ତି।

ରିପୋର୍ଟ ଅନୁସାରେ, ବୁଧବାର ଦିନ ଆରମ୍ଭ ହୋଇଥିବା ଏହି ସଂଘର୍ଷ, ଗାଁ ନାମ ସାଇନବୋର୍ଡ ଲଗାଇବା ବିବାଦରୁ ଆରମ୍ଭ ହୋଇଥିଲା। ଉଭୟ ପକ୍ଷର ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ହେବା ପରେ ହିଂସା ଆରମ୍ଭ ହୋଇଥିଲା। ଉଭୟ ପକ୍ଷରୁ ପଥର, କାଚ ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ମାଡ଼ କରାଯାଇଥିଲା। ଏହା ଦ୍ବାରା ବହୁ ଲୋକ ଆହତ ହୋଇଥିଲେ ଏବଂ ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା। ପରିସ୍ଥିତି  ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାରେ ସଫଳ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking