ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବଢୁଥିବା ଥଣ୍ଡା ଏବଂ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଅଧିକାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ଜାନୁଆରୀ ୧ ଯାଏଁ ବନ୍ଦ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଖୋଲା ସ୍ଥାନରେ ଶୋଇବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ଆବଶ୍ୟକ କରନ୍ତି ତେବେ ସେମାନଙ୍କୁ ରାତ୍ରି ଆଶ୍ରୟସ୍ଥଳରେ ସୁବିଧା ଯୋଗାଇ ଦିଆଯିବ । ଗୌତମ ବୁଦ୍ଧ ନଗର ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଜିଲ୍ଲାର ସମସ୍ତ ସ୍ୱୀକୃତୀ ପ୍ରାପ୍ତ ସ୍କୁଲ , ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଜାନୁଆରୀ ୧ ଯାଏଁ ବନ୍ଦ ରହିବ ।ଯୋଗୀ କହିଛନ୍ତି ଯେ ପାଗର ଗମ୍ଭୀରତାକୁ ଧ୍ୟାନରେ ରଖି, ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଜାନୁଆରୀ ୧ ପର୍ଯ୍ୟନ୍ତ ବନ୍ଦ ରହିବ। ଲୋକମାନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।










