27.1 C
Bhubaneswar
Tuesday, December 9, 2025
Homeଓଡିଶାସରିଲା ବିଧାନସଭା ଶୀତ ଅଧିବେଶନ

ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଅଧିବେଶନ । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା । ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ଏନେଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘଷଣା କରିଛନ୍ତି ବାଚସ୍ପତି ସୁରମାପାଢୀ । ସୂଚନାଥାଉ କି ବିଧାନସଭା ଶୀତକାଳୀନ ଅଧିବେଶନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ଗୃହରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳର ବିଧାୟକଙ୍କ ପ୍ରଶ୍ନରେ ଶାସକ ଦଳର ବିଭାଗୀୟ ମନ୍ତ୍ରୀ ଉତ୍ତର ରଖୁଥିଲେ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଶେଷ ଦିନ ଥିବାରୁ ଗୃହରେ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି, ବିଧାୟକ, ମନ୍ତ୍ରୀ, ଉପବାଚସ୍ପତିଙ୍କ ଦରମା ବୃଦ୍ଧି, ଭତ୍ତା ଏସବୁ ଉପରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂର୍ବରୁ ଏହାରି ଉପରେ କେତେ ଆଲୋଚନା ଓ ଦାବି ହୋଇ ଆସୁଥିଲା । ଏହି ବିଲକୁ ମୁକେଶ ମହାଲିଙ୍ଗ ଗୃହରେ ଆଗତ କରିଥିଲେ । ଆଗତ କରାଯିବା ପରେ ତାକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇ ପାରିତ କରାଯାଇଛି । ବର୍ତ୍ତମାନ ଏହା କାର୍ଯ୍ୟ ପରାମର୍ଶଦାତ୍ତା କମିଟିକୁ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking