18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶସରିଲା ସଂସଦର ଶୀତ ଅଧିବେଶନ; ୨୦ ଦିନରେ ୮ ବିଲ୍ ପାରିତ

ସରିଲା ସଂସଦର ଶୀତ ଅଧିବେଶନ; ୨୦ ଦିନରେ ୮ ବିଲ୍ ପାରିତ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଶେଷ ହୋଇଛି। ଶେଷ କାର୍ଯ୍ୟଦିବସରେ ମଧ୍ୟ ଉଭୟ ଗୃହରେ ବିରୋଧୀ ସାଂସଦଙ୍କ ହୋହଲ୍ଲା, ପାଟିତୁଣ୍ଡ, ବିରୋଧାଭାସ ତଥା ହଟ୍ଟଗୋଳ ଜାରି ରହିଥିଲା। ଏହାରି ମଧ୍ୟରେ ଉଭୟ ଗୃହର ଅଧ୍ୟକ୍ଷ ଅନିର୍ଦ୍ଦିଷ୍ଟ କାଳ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ମଧ୍ୟରେ କେତେକ ଦିନକୁ ବାଦ୍ ଦେଲେ ବାକି କାର୍ଯ୍ୟଦିବସଗୁଡ଼ିକ ମଧ୍ୟ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ୧୪ଟି ବିଲ୍ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ କେବଳ ୧୨ଟି ବିଲ୍ ଉପସ୍ଥାପନ କରାଯାଇଥିଲା। ଯେତେବେଳେ କି ସରକାର ନିଜ ସଂଖ୍ୟା ଗରିଷ୍ଠତାର ପ୍ରଭାବରେ ଉଭୟ ଗୃହରେ ୮ ବିଲ୍ ପାରିତ କରାଇନେଇଛି। ସେହିପରି ୨ଟି ବିଲ୍ କମିଟି ନିକଟକୁ ପଠାଯାଇଛି। ମୋଟାମୋଟି ସଂସଦର ଶୀତକାଳୀନ ଅଧିବେଶନ ବିତର୍କ ଏବଂ ପ୍ରତିବାଦରେ ଶେଷ ହୋଇଥିବା କୁହାଯାଉଥିଲେ ମଧ୍ୟ ସଦ୍ୟ ସମାପ୍ତ ଅଧିବେଶନରେ ରାଜ୍ୟସଭାରେ କାର୍ଯ୍ୟକାରିତା ହାର ୧୨୧% ଏବଂ ଲୋକସଭାର ୧୧୧% ରହିଥିବା ଜଣାପଡିଛି। ରାଜ୍ୟସଭାର ଅଧ୍ୟକ୍ଷ ଏବଂ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ତାଙ୍କ ସମାପନା ଭାଷଣରେ କହିଛନ୍ତି ଯେ ଅଧିବେଶନ ସମୟରେ ମିଳିଥିବା ଶୂନ୍ୟ ଘଣ୍ଟା ନୋଟିସ (ସଦନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ଅନୁମତି ନେବାର ଏକ ପଦ୍ଧତି) ସଂଖ୍ୟା ଏପର୍ଯ୍ୟନ୍ତ ସର୍ବାଧିକ। ପ୍ରତିଦିନ ହାରାହାରି ୮୪ ଟି ନୋଟିସ୍ ପ୍ରାପ୍ତ ହୋଇଥିଲା, ଯାହା ପୂର୍ବ ଅଧିବେଶନ ତୁଳନାରେ ୩୧% ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking