ଭୁବନେଶ୍ୱର : ଶୂନ୍ୟକାଳରେ ହଟ୍ଟଗୋଳ ଯୋଗୁଁ ଗୃହ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି କଲେ ବାଚସ୍ପତି । ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି ହୋଇଛି । ଅନାହାର ମୃତ୍ୟୁ ପ୍ରସଙ୍ଗରେ କଂଗ୍ରେସ ର ହଟ୍ଟଗୋଳ ଦେଖାଦେଇଛି । ମୋହନ ସରକାରଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଏହା ପୂର୍ବରୁ ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା ଦେଖାଦେଇଥିଲା । ଗୃହର ମଧ୍ୟ ଭାଗକୁ ଆସି ବିଜେଡି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ଯାହା ଫଳରେ ଗୃହ ସୁରୁଖୁରୁରେ ଚାଲିପାରି ନଥିଲା । ଏନେଇ ବାଚସ୍ପତି ଗୃହକୁ ୧୨ଟା ୨୫ ଯାଏଁ ମୁଲତବୀ ଘୋଷଣା କରିଥିଲେ ।