26.1 C
Bhubaneswar
Friday, March 27, 2026
Homeଓଡିଶାରାଜ୍ୟକୁ ଫେରିଲା ଶୀତ

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ଆଜିଠାରୁ ୫ ଦିନ ଯାଏ ରାତିର ତାପମାନ ବୃଦ୍ଧି ପାଇବ। ପ୍ରକାରାନ୍ତରେ କହିବାକୁ ଗଲେ ଏହି ସମୟରେ ଓଡ଼ିଶାରେ ଥଣ୍ଡାର ପ୍ରକୋପ କମ୍ ରହିବ। ସପ୍ତାହେ ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ତିନି ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଅନୁଗୋଳ ଓ ଝାରସୁଗୁଡାରେ ଶୀତ ଲହରି ଦେଖାଦେଇଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ନ୍ୟୁନତମ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିଛି। କନ୍ଧମାଳ ଜିଲା ଜି. ଉଦୟଗିରିରେ ଦିନକରେ ତାପମାତ୍ରା ୨ଡିଗ୍ରୀ ହ୍ରାସ ପାଇ ୫.୪ ଡିଗ୍ରୀରେ ପହଞ୍ଚତ୍ବାବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking