21.1 C
Bhubaneswar
Tuesday, February 3, 2026
Homeଓଡିଶାସରିଛି ଶୀତକାଳୀନ ହାତୀ ଗଣନା : କାଲି ଆସିବ ରିପୋର୍ଟ

ସରିଛି ଶୀତକାଳୀନ ହାତୀ ଗଣନା : କାଲି ଆସିବ ରିପୋର୍ଟ

ଭୁବନେଶ୍ୱର :  ରାଜ୍ୟରେ ସରିଛି ଶୀତକାଳୀନ  ହାତୀ ଗଣନା ଆସନ୍ତାକାଲି ପ୍ରକାଳ ପାଇବ ରିପୋର୍ଟ ।  ଏଭଳି ସୂଚନା ଦେଇଛନ୍ତି,
କହିଛନ୍ତି,ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି। ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନ ହୁଏ, ଫିଲ୍ଡ ଡାଟାର ତାଳମେଳ କରାଯାଉଛି, ଜିପିଏସ୍ କୋର୍ଡିନେଟ କରାଯାଉଛି । ଖରାଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି। ସେସବୁ ତଥ୍ୟ ଏକାଠି କରାଯାଉଛି। ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ। ଏହାପରେ କୁହାଯାଇପାରିବ, ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି। ଯେପର‌୍ୟ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ। ଆଜି ରିପୋର୍ଟ ଚୂଡ଼ାନ୍ତ ହେଉଛି, କାଲି ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ ରାଜ୍ୟରେ କେତେ ହାତୀ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking