ନୂଆପଡା: ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି କହିଲେ ଜୟ ଢୋଲକିଆ । ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି କହିଲେ । ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବି । ବାପାଙ୍କ ଆଶୀର୍ବାଦରୁ ଅଧିକ ଭୋଟରେ ଜିତିବି । ୨୦ ରାଉଣ୍ଡ ସୁଦ୍ଧା ୬୫ ହଜାର ୫୯୮ ଭୋଟରେ ବିଜେପି ଆଗୁଆ । ୨୦ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୯୭, ୭୮୯ ଭୋଟ ମିଳିଛି । ଦ୍ୱିତାୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୩୨, ୧୯୧ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୦, ୪୨୩ ଭୋଟ ମିଳିଛି ।ନୂଆପଡାରେ ବାପାଙ୍କୁ ଟପିଲେ ପୁଅ ଜୟ । ୨୦୨୪ ନିର୍ବାଚନରେ ବାପା ପାଇଥିବା ଭୋଟକୁ ଟପିଲେ ଜୟ ଢୋଲକିଆ ।










