20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଭୁଲ ତଥ୍ୟ ଯୋଗାଉଛି ଉଇକିପିଡିଆ

ଭୁଲ ତଥ୍ୟ ଯୋଗାଉଛି ଉଇକିପିଡିଆ

ବ୍ୟୁରୋ : ଭୁଲ ତଥ୍ୟ  ଦେଉଛି ଉଇକିପିଡିଆ । ଏଭଳି କିଛି  ଅଭିଯୋଗ ଆସିଛି । ଏହା ପରେ ଉଇକିପିଡିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର ।  ଏହାସହ ନୋଟିସ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି । ସୂତ୍ର ଅନୁସାରେ  ସରକାର ଉଇକିପିଡିଆକୁ  ଏକ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ  ପ୍ରକାଶକ ଭାବରେ  କାହିଁକ ଶ୍ରେଣୀଭୁକ୍ତ  କରାଯିବ ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ।  ତେବେ ସରକାର କିମ୍ବା ଉଇକିପିଡିଆ  ଏପର୍ଯ୍ୟନ୍ତ ଏବାବଦରେ କୌଣସି ପ୍ରକାରର  ସରକାରୀ ବିବୃତ୍ତି ଦେଇନାହାନ୍ତି । ଇଣ୍ଟନେଟ ଏନସାଇକ୍ଲୋପିଡିଆକୁ  ଲେଖିଥିବା  ଏକ ପତ୍ରରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କର ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ପୂରା ନିୟନ୍ତ୍ରଣ ରଖୁଥିବା ଜଣାପଡୁଛି। ଯେଉଁଥିପାଇଁ ଏହା ନିରପେକ୍ଷ ନୁହେଁ। ଉଇକିପିଡ଼ିଆରେ ପ୍ରକାଶିତ ସୂଚନା ସମ୍ବନ୍ଧରେ ବେଳେବେଳେ ଏଥିରେ ତ୍ରୁଟି ଦେଖାଯାଏ, ଯାହା ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି। ୨୦୦୧ରେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିଲା ଉଇକିପିଡିଆ ଏବଂ ୨୦୦୩ ମସିହାରେ ପରେ ହିନ୍ଦୀ ଉଇକିପିଡିଆ ଆରମ୍ଭ ହୋଇଥିଲା। ଉଇକିପିଡିଆକୁ ଜିମି ୱେଲ୍ସ ଏବଂ ଲ୍ୟାରି ସେଙ୍ଗର ଆରମ୍ଭ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking