25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଅପୂର୍ଣ୍ଣ ରହିଲା ପତ୍ନୀ-ସେବା ଇଚ୍ଛା; ସ୍ୱେଚ୍ଛାକୃତ ଅବସର ଦିନ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ଅପୂର୍ଣ୍ଣ ରହିଲା ପତ୍ନୀ-ସେବା ଇଚ୍ଛା; ସ୍ୱେଚ୍ଛାକୃତ ଅବସର ଦିନ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସରକାରୀ ଅଧିକାରୀ ନିଜ ରୁଗ୍‌ଣ ପତ୍ନୀଙ୍କ ସେବା ଲାଗି ଅବସରର ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ । କିନ୍ତୁ ଅବସର ନେବା ଦିନ ପତ୍ନୀଙ୍କ ଦେହାନ୍ତ ହେଲା । ଘଟଣା କୋଟାର ଦାଦାବାଡି ଅଞ୍ଚଳର । ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର କୁମାର ସେଣ୍ଟ୍ରାଲ ୱେୟାର ହାଉସ୍‌ରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀଙ୍କର ହୃଦ୍‌ରୋଗ ସମସ୍ୟ ଥିଲା । ଦୀର୍ଘ ସମୟ ଧରି ସେ ରୋଗଗ୍ରସ୍ତ ଥିଲେ । ଦେବେନ୍ଦ୍ର ୩ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ । କିନ୍ତୁ ପତ୍ନୀଙ୍କ ଦେଖାଶୁଣା ପାଇଁ ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ । ଏ ଅବସରରେ ଦେବେନ୍ଦ୍ରଙ୍କ ପରିଜନ ଓ ବନ୍ଧୁ ଏକ ପାର୍ଟିର ଆୟୋଜନ କରିଥିଲେ ।

ଦେବେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମସ୍ତ ସାଙ୍ଗ ପାର୍ଟିରେ ଯୋଗ ଦେଇଥିଲେ । ସେମାନେ ଦେବେନ୍ଦ୍ରଙ୍କୁ ମାଳା ପିନ୍ଧାଇ ନୂଆ ଜୀବନର ଶୁଭକାମନା ଦେଉଥିଲେ । ଅନେକ ଲୋକ କହିବା ପରେ ଦେବେନ୍ଦ୍ରଙ୍କ ପତ୍ନୀ ଦୀପିକା ମଧ୍ୟ ତାଙ୍କୁ ମାଳା ପିନ୍ଧାଇଥିଲେ । ଏହାର କିଛି ସମୟ ପରେ ଦୀପିକାଙ୍କ ମୁଣ୍ଡ ବୁଲାଇଲା । ସେ ତଳେ ପଡ଼ିଗଲେ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ହସ୍ପିଟାଲ ନେଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଦେବେନ୍ଦ୍ର କହିଛନ୍ତି, ମୋର ସଂସାର ଉଜୁଡ଼ିଗଲା । ଅବସର ନେଇ ପତ୍ନୀଙ୍କର ଦେଖାଶୁଣା ପାଇଁ ନେଇଥିବା ମୋ ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ରହିଗଲା । ମୋର ଅବସର ପାର୍ଟିକୁ ନେଇ ସମସ୍ତେ ଖୁସି ଥିଲେ । ଦୀପିକା ବିଦାୟ ସମାରୋହ ଲାଗି ବାଜାବାଲାଙ୍କୁ ଡାକିଥିଲେ। ଘର ବାହାରେ ସାଉଣ୍ଡ୍ ସିଷ୍ଟମ୍ ଲଗାଯାଇଥିଲା । ବେଶ ଭଲ ସାଜସଜା ବି ହୋଇଥିଲା । ପାର୍କରେ ପ୍ରାୟ ୫୦ ଲୋକ ଦେବେନ୍ଦ୍ରଙ୍କୁ ଅପେକ୍ଷା କରିଥିଲେ । କିନ୍ତୁ ଅଫିସ୍‌ରେ ଅବସର ପାର୍ଟି ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଲାଗିଲା । ତାଙ୍କର ମୁଣ୍ଡ ବୁଲାଉଥିଲା । ମାମଲା ଗମ୍ଭୀର ହେବାରୁ ତାଙ୍କୁ କୋଟା ହାର୍ଟ ହସ୍ପିଟାଲ ନିଆଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking