19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶପତ୍ନୀକୁ ତଣ୍ଟି ଚିପି ହତ୍ୟା :  ବର୍ଷେ ପରେ ଗିରଫ

ପତ୍ନୀକୁ ତଣ୍ଟି ଚିପି ହତ୍ୟା :  ବର୍ଷେ ପରେ ଗିରଫ

ନୂଆଦିଲ୍ଲୀ : ବିବାହ ପରେ ପତ୍ନୀକୁ ଧୋକା  ।  ଭଲ ପାଇବା ରାସ୍ତାରେ ପତ୍ନୀ ବାଧକ ସାଜିବାରୁ  ଜୀବନରୁ ସବୁଦିନ ପାଇଁ ହଟାଇବାକୁ   ଯୋଜନା ପ୍ରସ୍ତୁତ କଲେ ।  ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କଲେ । ଘଟଣାପରେ ପୁଲିସ ପ୍ରେମିକାକୁ ଗିରଫ କରଥିବା ବେଳେ ଅଭିଯୁକ୍ତ ଜଣଙ୍କ ଖସିପଳାଇାଥିଲେ । ଏପରି ଏକ ଘଟଣା ଝାଡ଼ଖଣ୍ଡର ରାମଗଡ଼ ଅଞ୍ଚଳରେ  ବର୍ଷେ ତଳେ ଘଟିଥିବା ବେଳେ ପୁଲିସ୍ ଅଭିଯୁକ୍ତଙ୍କୁ କୋଲକତାରୁ ବାନ୍ଧିଛି।  ମାତ୍ର ବର୍ଷେ ପରେ ଅଭିଯୁକ୍ତଜଣକ ପୁଲିସ୍ ହାବୁଡ଼ରେ ପଡ଼ିଥିବା ବେଳେ ପୁଲିସ୍ ତାଙ୍କୁ ବାନ୍ଧି ଜେଲ୍ ହାଜତକୁ ପଠାଇଛି। ରାମଗଡ଼ର କୁଜ୍ଜୁ ଓପି ଅଞ୍ଚଳର ସୁନୀଲ ସିଂହଙ୍କ ବିବାହ କିଛି ବର୍ଷ ପୂର୍ବେ ହୋଇଥିଲା। ମାତ୍ର ବିବାହ ପରେ ପରେ ତାଙ୍କର ଶ୍ୱଶୁର ଘର ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସୁନୀଲଙ୍କ ପତ୍ନୀ ଏହା ଜାଣିପାରି ପ୍ରବଳ ବିରୋଧ କରିଥିଲେ। ଫଳରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।
ଏହାପରେ ଶାଢିରେ ତଣ୍ଟି ଚିପି ଉଭୟ ଉକ୍ତ ମହିଳାଙ୍କ ଜୀବନ ନେଲେ। ଏହି ଘଟଣା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ମହିଳାଙ୍କ ପରିବାର ଲୋକେ ସବୁ କଥା କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking