26.1 C
Bhubaneswar
Sunday, January 18, 2026
Homeଅପରାଧସହିଦ ଯବାନଙ୍କ ସ୍ତ୍ରୀ ନିଜ ଭଣଜା ଦ୍ୱାରା ଦୁଷ୍କର୍ମର ଶିକାର

ସହିଦ ଯବାନଙ୍କ ସ୍ତ୍ରୀ ନିଜ ଭଣଜା ଦ୍ୱାରା ଦୁଷ୍କର୍ମର ଶିକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ମøରେ ଜଣେ ସହିଦ ଯବାନଙ୍କ ସ୍ତ୍ରୀ ନିଜ ଭଣଜା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଦୁଷ୍କର୍ମ ସମୟର ଭିଡିଓ ରେକର୍ଡ କରି ଦୁଷ୍କର୍ମକାରୀ ଭଣଜା ବ୍ଲାକମେଲ କରି ବିପୁଳ ପରିମାଣର ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲକ୍ଷେ୍ମøର ଜାନକିପୁରମରେ ରହୁଥିବା ପୀଡ଼ିତା ମହିଳାଙ୍କ ସ୍ୱାମୀ ୨୦୧୭ ସିୟାଚିନରେ ସହିଦ ହୋଇଯାଇଥିଲେ। ଏହାପରେ ସହିଦଙ୍କ ଭଣଜା ମାଇଁଙ୍କ ଦେଖାଶୁଣା କରିବା ବାହାନାରେ ପ୍ରାୟତଃ ଘରକୁ ଯିବା ଆସିବା କରୁଥିଲା। ନିକଟରେ ସେ ସହିଦଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ଦୁଷ୍କର୍ମ ସମୟର ଭିଡିଓ ପ୍ରସ୍ତୁତ କରିଥିଲା।

ଏହାକୁ ଆଧାର କରି ଦୁଷ୍କର୍ମକାରୀ ଭଣଜା ମାଇଁଙ୍କ ଠାରୁ ମୋଟାଅଙ୍କର ରାଶି ଆଦାୟ କରିଥିଲା। ଖବର ଲେଖାହେଲା ପର୍ଯ୍ୟନ୍ତ ଦୁଷ୍କର୍ମକାରୀ ମହିଳାଙ୍କ ଠାରୁ ପାଖାପାଖି ୩୯ଲକ୍ଷ ଟଙ୍କା ନେଇ ସାରିଥିବା ପୀଡ଼ିତା ଅଭିଯୋଗ କରି କହିଛନ୍ତି। ଭଣଜା ଦ୍ୱାରା ଏଭଳି ଅତ୍ୟାଚାରକୁ ଆଉ ସହ୍ୟ କରି ନପାରି ପୀଡ଼ିତା ଶେଷରେ ଲକ୍ଷେ୍ମøର ଜାନକିପୁରମ ଥାନାରେ ମାମଲା ରୁଜୁ କରିଛନ୍ତି। ଡିସିପି ନର୍ଥ ଜୋନ ଆରଏନ ସିଂହ କହିଛନ୍ତି, ‘ପୀଡ଼ିତାଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ଦିଆଯାଇଛି। ରିପୋର୍ଟ ମୁତାବକ, ସ୍ୱାମୀଙ୍କ ମୃତ୍ୟୁ ପରେ ସହିଦ ମହିଳାଙ୍କ ସ୍ତ୍ରୀଙ୍କୁ ୫୦ଲକ୍ଷ ଟଙ୍କାର ଆର୍ôଥକ ସହାୟତା ମିଳିଥିଲା। ସହିଦ ସ୍ତ୍ରୀଙ୍କ ଭଣଜା ଏହି ଟଙ୍କାରୁ ୩୯ଲକ୍ଷ ଟଙ୍କା ସମେତ ମହିଳାଙ୍କ ଠାରୁ ୩ଲକ୍ଷ ଟଙ୍କାର ଅଳଙ୍କାର ହଡ଼ପ କରି ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking