ମାଲକାନଗିରି: ପାରିବାରିକ କଳହରୁ କରୁଣ ପରିଣତି । ପତ୍ନୀ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟିଛି ମାଲକାନଗିରି ସଦର ମହକୁମା ତାମିଲ କ୍ୟାମ୍ପ ଛକ ନିକଟରେ । କୌଣସି କାରଣକୁ ନେଇ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥିଲା ପତ୍ନୀ ରାଗି ଯାଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି । ପତ୍ନୀ ମଧୁରୀ କଚିମଙ୍କ ୭୦ ଭାଗ ପୋଡି ଯାଇଥିବା ବେଳେ ସ୍ୱାମୀ ନରେନ୍ଦ୍ର କଚିମ ମଧ୍ୟ ନିଆଁର ଶିକାର ହୋଇ ପଡିଛନ୍ତି । ପଡୋଶୀ ଏହି ଦମ୍ପତିଙ୍କ ଉଦ୍ଧାର କରି ମାଲକାନଗିରି ଚିକିତ୍ସାଳୟକୁ ନେଇଥିଲେ ।










