ଭୁବନେଶ୍ୱର (ସୁବ୍ରତ ଦାସ) : ୧୯୯୯ ମସିହା ଅକ୍ଟୋବର ମାସ ୨୯-୩୦ରେ ସଂଘଟିତ ମହାବାତ୍ୟା ବଙ୍ଗୋପସାଗର ଏବଂ ବିଶେଷତଃ ଓଡ଼ିଶାରେ ଘଟି ଯାଇଥିବା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଦାରୁଣତମ । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଘଟିଥିବା କ୍ଷୟକ୍ଷତି, ଝଡ଼ ବାତ୍ୟାର ବେଗ ଏବଂ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଏହାର ଭୟାବହତା ସର୍ବାଧିକ ଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୯୮୮୭ଜଣ ମୃତ୍ୟୁବରଣ କରିଥିଲେ ବୋଲି ସରକାରୀ ସୁତ୍ରରୁ ପ୍ରକାଶ । କେବଳ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୮୦୦୦ରୁ ଉର୍ଦ୍ଧ୍ୱବ୍ୟକ୍ତି ପ୍ରାଣକ ହରାଇ ଥିଲେ। ତେବେ, ଏହି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଫଳତା ସର୍ବାଧିକ ଚର୍ଚ୍ଚିତ ହୋଇଥିଲା । ବିପର୍ଯ୍ୟୟ ଆକଳନରେ ଅନିଶ୍ଚିତତା ଯୋଗୁଁ ପ୍ରଥମେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ଅନୁଭୂତ ହେବ ବୋଲି କୁହାଯାଇ ଥିଲା । ତେବେ ଧୀରେ ଧୀରେ ଘଣ୍ଟିକିଆ ବାତ୍ୟା ବୁଲେଟିନ୍ରେ ଏହାର ସଂଶୋଧନ କରାଗଲା ଶେଷରେ ବାତ୍ୟା ପୁରୀ, ବାଲେଶ୍ୱର ମଧ୍ୟରେ କେନ୍ଦ୍ରୀଭୂତ ହେବ ବୋଲି ସତର୍କ ସୂଚନାରେ ଉଲ୍ଲେଖ କରାଗଲା ।
ପ୍ରାଥମିକ ଆକଳନ ଅନୁଯାୟୀ ଓଡ଼ିଶାର ୫ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରାୟ ଦେଢ ଼ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଗଲା । ରାଜ୍ୟରେ ବାତ୍ୟା ସତର୍କତା ସୂଚନା ବ୍ୟବସ୍ଥା ଯଥେଷ୍ଟ ନଥିଲା ।ଓଡ଼ିଶାବାସୀ ୧୯୭୧ ଅକ୍ଟୋବର ମାସରେ ଅନୁଭବ କରିଥିବା ଭୟାବହତା ୧୯୯୯ ମସିହା ତୁଳନାରେ ଯଥେଷ୍ଟ କମ୍ ଥିଲା । ସେଥିପାଇଁ ୧୯୯୯ ମସିହାରେ ପ୍ରାକ୍-ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ଓ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ବହୁତ ବିଚ୍ୟୁତି ପରିଲକ୍ଷିତହୋଇଥିଲା, ଯାହାଫଳରେ ୧୯୯୯ ମହାବାତ୍ୟା ପରିଚାଳନାରେବହୁବିଭ୍ରାଟ ଦେଖାଦେଲା । ୧୯୭୧ ରୁ ୧୯୯୯ ମଧ୍ୟରେ ରାଜ୍ୟରେ ୧୮ଥର ବାତ୍ୟା ହୋଇଥିଲା । ୧୦ହଜାର ମୃତ୍ୟୁ ସଂଖ୍ୟା ସାଂଗକୁ କ୍ଷୟକ୍ଷତି ତଦନୁଯାୟୀ ହୋଇଥିଲା । ସେଥିପାଇଁ ୧୯୯୯ ମସିହାରମହା ବାତ୍ୟାର ରାଜନୈତିକ ନେତୃତ୍ୱ ଓ ପ୍ରଶାସନ ଅନୁମାନ କରିପାରି ନଥିଲେ । କୌଣସି ମ୍କ୍ଡ୍ରିଲ୍ କରାଯାଇ ନଥିଲା । ସରକାରୀ କର୍ମଚାରୀ ଓ ପ୍ରଶାସନ କେହିବାତ୍ୟା ପୁନରୁଦ୍ଧାରକାର୍ଯ୍ୟକୁଗୁରୁତ୍ୱ ଦେଇନଥିଲେ ।ସରକାରଙ୍କ ପାଖରେ ବାତ୍ୟା ପରିଚାଳନା ପାଇଁ କୌଣସ ିଷ୍ଟାଣ୍ଡାଡ଼୍ ଅପରେଟ୍ିଂ ପ୍ରୋସିଡ଼୍ୟୁର୍ ନଥିଲା । ଗୋଷ୍ଠୀ ଅଂଶୀଦାରତ୍ୱ ବୋଲିକିଛି ନଥିଲା । ମହାବାତ୍ୟାର କିପରି ସୁପରିଚାଳନା ହେବ ସେ ସଂପର୍କରେ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ମଧ୍ୟରେ କୌଣସ ିବିଶେଷ ଯୋଗାଯୋଗ ନଥିଲା ।
ଅକ୍ଟୋବର ମାସ ୨୯ତାରିଖ ଦିନ ମହାବାତ୍ୟା ପାରାଦୀପ ଉପକୂଳଛୁଇଁଲା ଯାହାର ବେଗ ଘଣ୍ଟା ପ୍ରତି ୨୬୦କି.ମି. ଥିଲା ବୋଲି କୁହାଗଲା । ୧୪ଟିଉ ପକୂଳବର୍ତ୍ତୀ ଜିଲ୍ଲାର ସରକାରୀ କୋଠାବାଡ଼ି, ଫସଲ, ଗୋ-ସମ୍ପଦ ସଂପୂର୍ଣ୍ଣ ନଷ୍ଟ ହୋଇଯାଇ ଥିଲା । ଏହା ଛଡ଼ା ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥା, ଟେଲି ଯୋଗାଯୋଗ, ରେଳଲାଇନ ସଂପୂର୍ଣ୍ଣଭାଙ୍ଗି ରୁଜି ଯାଇଥିଲା । ସମୁଦ୍ର ଜୁଆର ଯୋଗୁଁ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇ ଥିଲା। ଭୁବନେଶ୍ୱରରେ ସବୁ ବଡ଼ବଡ଼ ଗଛ, ବିଦ୍ୟୁତ୍ ଓ ଟେଲିଫୋନ୍ ଲାଇନ୍ ଧରାଶାୟୀ ହୋଇଥିଲା । ବିଦ୍ୟୁତ୍ ସରବରାହର ପୁନଃ ଯୋଗାଯୋଗ ପାଇଁ ପ୍ରାୟ ମାସେ ସମୟ ଲାଗିଯାଇଥିଲା । ଅକ୍ଟୋବର ୨୭ରୁ ୨୯ତାରିଖ ମଧ୍ୟରେ ରାଜ୍ୟରେ ବିଭିନ୍ନ ନଦ ନଦୀରେ ବନ୍ୟା ଦେଖା ଦେଇଥିଲା ମହାବାତ୍ୟା ଯୋଗୁଁ ୧.୬ନିୟୁତ ଘର ଭାଙ୍ଗିରୁଜି ଯାଇଥିଲା । ୧୪,୬୪୩ଟି ଗାଁରେ ଓ ୯୭ଟି ବ୍ଲକ୍ର ଅଢ଼େଇ ନିୟୁତ ଗ୍ରାମବାସୀ ଜଳ ଘେରରେ ଥିଲେ । ୧୮,୨୪୦କି.ମି. ଚାଷ ଜମି ବନ୍ୟା ଜଳ ପ୍ଲାବିତ ହୋଇଥିଲା । ୪ଲକ୍ଷ ୪୦ ହଜାରରୁ ଉର୍ଦ୍ଧ୍ୱ ଗୃହପାଳିତ ପଶୁ ମରିଥିଲେ । ୨ନିୟୁତ ଟନ୍ ଫସଲ ନଷ୍ଟ ହୋଇଥିଲା ।
ମହାବାତ୍ୟା, ବନ୍ୟା ଓ ଜୁଆରିଆ ବର୍ଷା ପରେ ଝାଡ଼ାବାନ୍ତିର ପ୍ରକୋପ ବିଶେଷ ଭାବେ ଦେଖା ଦେଇଥିଲା । ମହାବାତ୍ୟାର ମାସକ ମଧ୍ୟରେ ରାଜ୍ୟ ସରକାର ୧୨,୨୯୬ଟି ଝାଡ଼ା ବାନ୍ତି ଜନିତ ଘଟଣା ପ୍ରକାଶ କଲେ । ଏହା ଛଡ଼ା ପ୍ରାକ୍ ମହାବାତ୍ୟା ମହାମାରୀ ଇଂଜେକସନ୍ ଅଭାବ ଯୋଗୁଁ ଝାଡ଼ାବାନ୍ତି, ମିଳିମିଳା ପ୍ରଭୃତି ରୋଗର ଆଶଙ୍କା ଦେଖାଦେଲା । ମହାବାତ୍ୟା ପରେ ରାଜ୍ୟ ସରକାର କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ । କେନ୍ଦ୍ର ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କ୍ଫୋର୍ସ ଗଠନ କଲେ । କେନ୍ଦ୍ରୀୟ ସେନାବଳ ୩୦ ଆମ୍ବୁଲାନସ୍, ୩୪୦ ଡାକ୍ତର, ଆବଶ୍ୟକ ସଂଖ୍ୟକ ହେଲିକ୍ୟାପ୍ଟର ଖାଦ୍ୟ ପୁଡ଼ିଆ ଆକାଶ ମାର୍ଗରୁ ନିକ୍ଷେପ କରିବାକୁ ଦୁର୍ଗମ ଅଞ୍ଚଳକୁ ପଠାଇଲେ । ଓଡ଼ିଶା, କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ପ୍ରତିଷ୍ଠା ସାଙ୍ଗକୁ ପୁନଃ ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବାକୁ ଲାଗିଲା । ଏହିପରି ଭାବରେ ୧୯୯୯ ମହାବାତ୍ୟା ବିଭିନ୍ନ ବିଭାଗ ଓ ସଂସ୍ଥା ସମନ୍ୱୟରେ ପରବର୍ତ୍ତୀ କାଳରେ ଗୁରୁତ୍ୱଉ ପଲବ୍ଧି କରାଗଲା । ଯୋଗାଯୋଗ, ସଞ୍ଚାର ଓ ପୁନର୍ବାସ ଓ ପୁନନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ଲଗାଣ କରାଗଲା । ଓଡ଼ିଶାରେ ବିଭିନ୍ନ ମହାବାତ୍ୟା-ପରବର୍ତ୍ତୀ ଭିତ୍ତିଭୂମି ମୂଳକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବାର ଆବଶ୍ୟକତା ଦେଖାଦେଲା ।
-୦-୦-୦-










