ଭୁବନେଶ୍ୱର : ଆଜି ହେଉଛି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଗୁହାରେ ସ୍ୱାଭାବିକ ଥିଲା ପ୍ରଶ୍ନକାଳ । ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖୁଥିଲେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ । ଅନ୍ୟପଟେ ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ୩ ପ୍ରମୁଖ ଦଳ ମୁହାଁମୁହିଁ ହୋଇଛନ୍ତି । ପାଣ୍ଡିଆନ୍ କିଏ ଓ କାହିଁକି ତାଙ୍କୁ ସୁରକ୍ଷା ଦିଆଯାଇଥିଲା ଗୃହରେ ପ୍ରଶ୍ନ କରିଛି ବିଜେପି । ନିଶ୍ଚିତ ତଦନ୍ତ ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ସରୋଜ ପାଢୀ । ଏନେଇ ଏହାର ଉତ୍ତର ଦେଇ ତଦନ୍ତ ପାଇଁ ପ୍ରସ୍ତୁତ କହିଲେ ବିଜେଡି ବିଧାୟକ ସାରଦା ଜେନା । ବିଜେପି ଏବେ ସରକାରରେ, ଇଡି ଓ ସିବିଆଇ ତାଙ୍କ ପାଖରେ । ୧୮ ମାସ ବିତିଲାଣି, ଯଦି କାର୍ଯ୍ୟାନୁଷ୍ଠାନ ନେବା କଥା ନେଉନାହିନ୍ତି । କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି କହିଲେ କଂଗ୍ରେସ ବିଧାୟକ ଅଶୋକ ଦାସ । କହିଲେ ବିଜେଡି-ବିଜେପି ଚତୁରେ ଚତୁରେ କୋଳାକୋଳି, ମିଶିକି ଅଛନ୍ତି ।










