20.1 C
Bhubaneswar
Monday, January 13, 2025
Homeମହାକୁମ୍ଭ-୨୦୨୫ଜାଣନ୍ତୁ ମହାକୁମ୍ଭ ମେଳା ପଛର ରହସ୍ୟ

ଜାଣନ୍ତୁ ମହାକୁମ୍ଭ ମେଳା ପଛର ରହସ୍ୟ

ପ୍ରୟାଗରାଜ: ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀ ଓ ନାଶିକରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ଶେଷ ମହାକୁମ୍ ୨୦୧୩ ରେ ପ୍ରୟାଗରାଜରେ ହୋଇଥିଲା ଏବଂ ବର୍ତ୍ତମାନ ମହାକୁମ୍ଭ ମେଳା ୨୦୨୫ ରେ ହେଉଛି । ମହାକୁମ୍ଭ ମେଳା ୧୨ ବର୍ଷରେ ଥରେ ସଂଗଠିତ ହେବା ପଛରେ ଏକ କାରଣ ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହା କୁମ୍ଭର ସଂଗଠନ ଗ୍ରହମାନଙ୍କର ସ୍ଥିତି ଉପରେ ନିର୍ଭର କରେ, ବିଶେଷକରି ବୃହସ୍ପତି ଏବଂ ସୂର୍ଯ୍ୟଙ୍କର ରାଶି ଚିହ୍ନ । ବୃହସ୍ପତି ପ୍ରାୟ ୧୨ ବର୍ଷ ମଧ୍ୟରେ ଏହାର ୧୨ ରାଶି ଚିହ୍ନ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଘୂର୍ଣ୍ଣୟ କରନ୍ତି । ବୃହସ୍ପତି କୁମ୍ଭରେ ଏବଂ ସୂର୍ଯ୍ୟ ମେଷରେ ଥିବାବେଳେ ମହାକୁମ୍ବ ସଂଗଠିତ ହୁଏ। ଏହି କାରଣ ହେଉଛି ପ୍ରତି ୧୨ ବର୍ଷରେ ଏହି ମହାନ ପର୍ବ ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking