17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶକାହିଁକି ଏତେ ପବିତ୍ର ଗଙ୍ଗାଜଳ? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା..

କାହିଁକି ଏତେ ପବିତ୍ର ଗଙ୍ଗାଜଳ? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା..

ବ୍ୟୁରୋ: ଚାଲିଛି ମହାକୁମ୍ଭ । ଏନେଇ ଗଙ୍ଗାରେ ବୁଡ଼ ମାରିବା ପାଇଁ ପହଞ୍ଚିଛନ୍ତି ଲକ୍ଷାଧିକ ଭକ୍ତ । ସଠିକ୍ ସ୍ୱାସ୍ଥ୍ୟ ଏବଂ ନିଜର ପବିତ୍ରତା ବଜାୟ ରଖିବା ପାଇଁ ଶ୍ରଦ୍ଧାଳୁ ଗଙ୍ଗାଜଳରେ ସ୍ନାନ କରିଥାନ୍ତି । ଆମ ଦେଶରେ ଗଙ୍ଗା ଜଳକୁ ଖୁବ ପବିତ୍ର ଏବଂ ଶୁଦ୍ଧ ବୋଲି କୁହାଯାଇଥାଏ । ଏପରିକି ଏହାର ତୁଳନା ଅମୃତ ସହ କରାଯାଇଥାଏ । ଏଭଳି ବି ମାନ୍ୟତା ରହିଛି ଗଙ୍ଗା ଜଳରେ ଅନେକ ରୋଗକୁ ଦୂର କରିବାର ସାମର୍ଥ୍ୟ ରହିଛି । ଗଙ୍ଗା ଜଳ ବିଷୟରେ ଆଉ ଏକ ପ୍ରଚଳିତ କଥା ମଧ୍ୟ ରହିଛି । କୁହାଯାଏ ଏହାର ପାଣି କେବେ ବି ଅଶୁଦ୍ଧ ହୁଏ ନାହିଁ । ଯଦି ଆପଣ କୌଣସି ବି ପାଣିକୁ ଏକ ବୋତଲରେ ରଖିଦେଉଛନ୍ତି ତେବେ କିଛି ଦିନ ପରେ ଏହା ଖରାପ ହୋଇଯାଇଥାଏ ଆଉ ସେଥିରୁ ଦୁର୍ଗନ୍ଧ ବାହାରେ । କିନ୍ତୁ ଗଙ୍ଗା ଜଳ ସହ ଏଭଳି ହୋଇନଥାଏ । ଗଙ୍ଗା ଜଳ ଯେତେଦିନ ଯାଏଁ ରହିଲେ ବି ଏହା ନଷ୍ଟ ହୁଏ ନାହିଁ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଗଙ୍ଗଜଳରେ ଏଭଳି କ’ଣ ଅଛି ଯାହାଦ୍ୱାରା ଏହା ଏତେ ଶୁଦ୍ଧ ଏବଂ ପବିତ୍ର!! ଗଙ୍ଗାଜଳରେ ଏମିତି କ’ଣ ଅଛି ଯାହା ଏହି ପାଣିକୁ ସବୁବେଳେ ସତେଜ ରଖୁଛି!! ତେବେ ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ହିନ୍ଦୁ ଧର୍ମ ପୂଜା ପାଠ କିମ୍ବା କୌଣସି ବି ଧାର୍ମିକ କାମରେ ଗଙ୍ଗାଜଳର ବିଶେଷ ମହତ୍ତ୍ୱ ରହିଛି । ଏଥିପାଇଁ ଲୋକମାନେ କିଛି ପବିତ୍ର ଦିନ ଗୁଡିକରେ ଗଙ୍ଗା ନଦୀରେ ସ୍ନାନ କରନ୍ତି । ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ଗଙ୍ଗାଜଳର ଶୁଦ୍ଧତା ପଛରେ ଅନେକ ବୈଜ୍ଞାନିକ କାରଣ ଲୁଚିରହିଛି । ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଗଙ୍ଗାଜଳ ହିମାଳୟରୁ ଆସିଛି । ତେଣୁ ଏହା ପର୍ବତରେ ଥିବା ବିଭିନ୍ନ ଔଷଧିୟ ଗଛ ଦେଇଆସିଥାଏ । ଯାହା ଫଳରେ ତାହାର ଔଷଧିୟ ଗୁଣ ଏଥିରେ ସାମିଲ ରହିଥାଏ । ସେଥିପାଇଁ ଏହି ପାଣି କେବେ ଖରାପ ହୋଇନଥାଏ । ରାଷ୍ଟ୍ରିୟ ଅନୁସନ୍ଧାନ କେନ୍ଦ୍ରର ଜଣେ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି, ଗଙ୍ଗାଜଳରେ ୮ରୁ ଅଧିକ ପ୍ରକାରର ରୋଗକୁ ଦୂର କରିବାର ସାମର୍ଥ୍ୟ ରହିଛି ।

ଏହା ନିମୋନିଆ, ଜ୍ୱର ଆଦି ରୋଗକୁ ଠିକ କରିବାରେ ବେଶ ସହାୟକ ହୋଇଥାଏ । ଏହି ପାଣିକୁ ବର୍ଷ ବର୍ଷ ଧରି ଖରାପ ନକରିବାର ମୁଖ୍ୟ ତତ୍ତ୍ୱ ହେଉଛି ବେକ୍ଟିରିୟୋଫେଜ୍ । ଏହା ଏକ ବିଶେଷ ପ୍ରକାରର ଭାଇରସ୍ ଯାହା ପାଣିରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ବିନାଶ କରିଥାଏ । ଅର୍ଥାତ ଏହା ଏକ ପ୍ରାକୃତିକ ଫିଲ୍ଟର ଭଳି କାମ କରେ । ଯାହା ଦ୍ୱାରା ଗଙ୍ଗାଜଳ ସର୍ବଦା ଶୁଦ୍ଧ ଏବଂ ସୁରକ୍ଷିତ ରହିଥାଏ । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଗଙ୍ଗାନଦୀର ପାଣିରେ ଅନ୍ୟ ନଦୀ ପାଣି ତୁଳନାରେ ଅଧିକ ମାତ୍ରାରେ ଅକ୍ସିଜେନ୍ ମିଳିଥାଏ । ପାଣିରେ ଅକ୍ସିଜେନ୍ ର ଅଧିକ ମାତ୍ରା ଯୋଗୁଁ ଏହାର ଗୁଣବତ୍ତା ମଧ୍ୟ ଅଧିକ ହୋଇଥାଏ । ତେଣୁ ଗଙ୍ଗାଜଳକୁ ଦୀର୍ଘ ବର୍ଷ ଧରି ବୋତଲରେ ରଖିଲେ ବି ଏହା ଖରାପ ହୋଇନଥାଏ । ଖାସ୍ କରି ହରିଦ୍ୱାର ଏବଂ ଋଷିକେଷ୍ ଭଳି ସ୍ଥାନରେ ଏହା ଅଧିକ ମାତ୍ରାରେ ଥାଏ । ସେଥିପାଇଁ ଏହି ସ୍ଥାନଗୁଡିକୁ ତୀର୍ଥସ୍ଥଳୀ ଏବଂ ଏଠାକାର ପାଣିକୁ ପବିତ୍ରର ମାନ୍ୟତା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking