28.1 C
Bhubaneswar
Thursday, March 12, 2026
Homeଓଡିଶାକାହିଁକି ହୁଏ ରକ୍ତ କର୍କଟ ? ଆସନ୍ତୁ ଜାଣିବା..

କାହିଁକି ହୁଏ ରକ୍ତ କର୍କଟ ? ଆସନ୍ତୁ ଜାଣିବା..

ଭୁବନେଶ୍ୱର: ରକ୍ତ କର୍କଟ ଯାହାକୁ ହେମାଟୋଲୋଜିକ୍ କ୍ୟାନସର ବୋଲି ମଧ୍ୟ କୁହାଯାଏ । ଏହି କ୍ୟାନସର ରକ୍ତ କଣିକାଗୁଡିକୁ ପ୍ରଭାବିତ କରିଥାଏ । କେତେକ ସମୟରେ ରକ୍ତ କୋଶ ଗୁଡିକ ଅସ୍ୱାଭାବିକ ଭାବେ ବଢିବାରେ ଲାଗିଥାନ୍ତି । ଫଳରେ ସେଗୁଡିକ ଠିକ ଭାବେ କାମ କରନ୍ତି ନାହିଁ । ସେହି ସମୟରେ ବ୍ୟକ୍ତି ରକ୍ତ କର୍କଟ ରୋଗର ଶିକାର ହୋଇଥାଏ । ଏହି ରୋଗ ରକ୍ତ କୋଶରୁ ଆରମ୍ଭ କରି ଅସ୍ଥି ଶଲ୍ୟ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ ।
ଲ୍ୟୁକୋମିୟା: ରକ୍ତ ସହ ଅସ୍ଥିଶଲ୍ୟ ପ୍ରଭାବିତ ହେଉଥିଲେ ଏହାକୁ ଲ୍ୟୁକୋମିୟା କ୍ୟାନସର ବୋଲି କୁହାଯାଏ । ଏହାଦ୍ୱାରା ଶରୀରରେ ଶ୍ୱେତ ରକ୍ତ କଣିକା ଗୁଡିକ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥାଏ । ଏହି କ୍ୟାନସର ସୁସ୍ଥ ରକ୍ତକୋଶଗୁଡିକୁ କ୍ଷତି ପହଞ୍ଚାଇଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ।

ଲିମ୍ଫୋମା: ପ୍ରଥମେ ଏହା ଟ୍ୟୁମର ରୂପରେ ସୃଷ୍ଟି ହୋଇଥାଏ । ଆଉ ଧୀରେ ଧୀରେ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ କାୟା ବିସ୍ତାର କରିଥାଏ । ଏହି ରୋଗରେ ହାଡରେ ପ୍ରବଳ କଷ୍ଟ ଅନୁଭୂତ ହୋଇଥାଏ ।

ମାୟଲୋମା: ଏହା ପ୍ଲାଜମା କୋଶରୁ ଉତ୍ପନ୍ନ ହୋଇଥାଏ । ଏହା ହେଉଛି ଏପରି ଏକ ଶ୍ୱେତ ରକ୍ତ କଣିକା, ଯାହାକି ଆଣ୍ଟିବଡି ଉତ୍ପାଦନ କରିଥାଏ । ଆଉ ଏହି ଡଈଉ ଗୁଡିକ ଅସ୍ଥି ମଜାରେୋ ଜମା ହୋଇଯାଏ । ଏସବୁ ଅନ୍ୟ ରକ୍ତକୋଶ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ।

ଲକ୍ଷଣ: ଲଗାତାର ଥକ୍କାପଣ ଅନୁଭୂତ ହେବା, ଓଜନ ହ୍ରାସ ହେବା, ଛୋଟ କ୍ଷତରୁ ପ୍ରବଳ ରକ୍ତ ବାହାରିବା ଏବଂ ରାତିରେ ଝାଳ ବାହାରିବା । ଏହାସହ ବ୍ଲଡ କ୍ୟାନସରର ଅନ୍ୟ ଲକ୍ଷମ ଗୁଡିକ ହେଉଛି ହାଡରେ ଯନ୍ତ୍ରଣା, ପେଟରେ ଯନ୍ତ୍ରଣା କିମ୍ବା ପୋଟ ପୂରିଲା ଭଳି ସବୁବେଳେ ଲାଗିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking