24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶଟ୍ରମ୍ପ୍‌ଙ୍କୁ କାହିଁକି ହତ୍ୟା କରିବାକୁ ଚାହୁଁଥିଲା ଥୋମାସ୍ ମାଥ୍ୟୁ?

ଟ୍ରମ୍ପ୍‌ଙ୍କୁ କାହିଁକି ହତ୍ୟା କରିବାକୁ ଚାହୁଁଥିଲା ଥୋମାସ୍ ମାଥ୍ୟୁ?

ୱାଶିଂଟନ: ୭୮ ବର୍ଷୀୟ ପୂର୍ବତନ ଆମେରିକା ରାଷ୍ଟ୍ରପତି ତଥା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପୁଣିଥରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ସାଜିଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରକୁ ଗୁଳିମାଡ ଘଟଣାରେ ଆମେରିକାନ୍ ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍ (ଏଫ୍‌ବିଆଇ) ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରେ ଏଫ୍‌ବିଆଇକୁ ଟ୍ରମ୍ପଙ୍କୁ ଗୁଳି କରିଥିବା ଯୁବକଙ୍କ ପରିଚୟ ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ଯୁବକର ନାମ ଥୋମାସ ମାଥ୍ୟୁ କ୍ରୁକ୍ସ (୨୦) । ପେନ୍‌ସିଲ୍‌ଭାନିଆର ବିଥେଲ୍ ପାର୍କ ଅଞ୍ଚଳର ସ୍ଥାୟୀ ବାସିନ୍ଦା ଥୋମାସ୍ କ୍ରୁକ୍ସ ଜଣେ ରିପବ୍ଲିକାନ୍ ପାର୍ଟି (ଟ୍ରମ୍ପ୍‌ଙ୍କ ଦଳ)ର ସକ୍ରିୟ କର୍ମୀ ବୋଲି ମଧ୍ୟ ଜଣାପଡିଛି । ତେବେ ସେ କାହିଁକି ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ସେସମ୍ପର୍କରେ କିଛି ବି ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଟ୍ରମ୍ପ୍‌ଙ୍କ ଭାଷଣ ସମୟରେ ସେ ପଡ଼ିଆ ଠାରୁ ପ୍ରାୟ ୧୩୦ ୟାର୍ଡ ଦୂରରେ ରହି ଟ୍ରମ୍ପ୍‌ଙ୍କୁ ନିଜ ଟାର୍ଗେଟ୍ କରିଥିବା ଏଫ୍‌ବିଆଇ ପକ୍ଷରୁ ଅନୁମାନ କରାଯାଉଛି । ମାଥ୍ୟୁ ଏକସମୟରେ ଏକାଧିକ ରାଉଣ୍ଡ୍ ଗୁଳି ଚଳାଇଥିବା ବେଳେ ଗୋଟିଏ ଗୁଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ସାଧାରଣ ଲୋକଙ୍କୁ ଲାଗିଥିଲା । ଏଥିରେ ଉକ୍ତ ବ୍ୟକ୍ତିଜଣକ ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ଏକ ଗୁଳି ଟ୍ରମ୍ପ୍‌ଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ସେ ଚଳାଇଥିବା ବେଳେ ସୌଭାଗ୍ୟବଶତଃ ଏହା ଟ୍ରମ୍ପ୍‌ଙ୍କ ଶରୀରରେ ନ ବାଜି କାନ ସହ ସାମାନ୍ୟ ଘଷି ହୋଇ ଯାଇଥିବା ଅନୁମାନ କରାଯାଉଛି । ଫଳରେ ଟ୍ରମ୍ପ୍‌ଙ୍କ କାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି ।

ଯଦିଓ ଗୁଳିମାଡ କରିଥିବା ଥୋମାସ୍ ମାଥ୍ୟୁ କ୍ରୁକ୍ସକୁ ଟ୍ରମ୍ପ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ଗୁଳିକରି ହତ୍ୟା କରିଛନ୍ତି । ତେବେ ପ୍ରଶ୍ନ ହେଉଛି, ଏହି ଯୁବକ ଜଣକ କିଏ? ସେ କାହିଁକି ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିଲା? ଏସବୁ ସେ ନିଜେ ନିଜ ଆଡୁ କରିଛି ନା ଏହା ପଛରେ ଆଉ କାହାର ହାତ ରହିଛି? ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କୁ ବିଚଳିତ କରିବା ଭଳି ହୋଇଛି । ସବୁଠୁ ବଡ଼ ପ୍ରଶ୍ନ ହେଉଛି ସୁରକ୍ଷାକର୍ମୀମାନେ ତା’କୁ କାବୁ କରିପାରିଥାନ୍ତେ, ଯାହାଦ୍ୱାରା ସତ୍ୟତା ଜାଣିହୋଇଥାନ୍ତା । କିନ୍ତୁ ସୁରକ୍ଷାକର୍ମୀମାନେ ତତ୍‌କ୍ଷଣାତ୍ ତା’କୁ ଘଟଣାସ୍ଥଳରେ ହିଁ ଏନ୍‌କାଉଣ୍ଟର କରି ହତ୍ୟା କରିବା ସହଜରେ ବୁଝାପଡୁ ନାହିଁ । ଏଭଳି ସ୍ଥିତିରେ ଟ୍ରମ୍ପ୍ ନିଜେ ନିଜ ଉପରକୁ ଗୁଳି ଚଳାଇଥିବା ସନ୍ଦେହ ସୃଷ୍ଟି ହୋଇଛି । ଏଫ୍‌ବିଆଇ ତଦନ୍ତରେ ଥୋମାସ ମାଥ୍ୟୁ ନାମକ ଏହି ଯୁବକଜଣକ ବିଥେଲ ପାକ୍‌ର୍ ହାଇସ୍କୁଲ୍‌ରୁ ୨୦୨୨ରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଛି । ସେ ଜଣେ ପ୍ରତିଭାସମ୍ପନ୍ନ ଛାତ୍ର ବୋଲି ମଧ୍ୟ ଜଣାପଡିଛି । ଏପରିକି ଗଣିତ ଓ ବିଜ୍ଞାନରେ ଉତ୍କର୍ଷ ଦକ୍ଷତା କାରଣରୁ ସେ ୫୦୦ ଡଲାର ଷ୍ଟାର ଆୱାଡ୍‌ର୍ ମଧ୍ୟ ଜିତିଛି । କିନ୍ତୁ ଏଭଳି ଜଣେ ପ୍ରତିଭାବାନ୍ ଛାତ୍ର ହାତରେ ଟ୍ରମ୍ପ୍‌ଙ୍କୁ ଗୁଳିମାଡ଼ କରିବା ପାଇଁ ଏଆର-୧୫ ସେମି ଅଟୋମେଟିକ୍ ରାଇଫଲ୍ କେଉଁଠୁ ଆସିଲା ତାହା ହିଁ ଏଫ୍‌ବିଆଇ ବୁଝିବାକୁ ଚେଷ୍ଟା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking