28.1 C
Bhubaneswar
Wednesday, February 4, 2026
Homeଓଡିଶାଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, ତାହାର ଉତ୍ତର ଦିଅନ୍ତୁ କଳ୍ପନା ଢୋଲକିଆ

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, ତାହାର ଉତ୍ତର ଦିଅନ୍ତୁ କଳ୍ପନା ଢୋଲକିଆ

ନୂଆପଡ଼ା: ନବୀନ ପଟ୍ଟନାୟକଙ୍କୁ କେବଳ ଆମେ ନୁହେଁ ସାରା ଓଡ଼ିଶା ତାଙ୍କୁ ପିତୃତୁଲ୍ୟ ସମ୍ମାନ କରେ। ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ସେ ନିଜ ପରିବାର ମାନନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ପ୍ରତି କେହି ମିଛରେ ବି ଲା‚ନା ଦେଇ ପାରନ୍ତି ନାହିଁ । କିନ୍ତୁ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଯେପରି ଭାବେ ମିଥ୍ୟା ଆକ୍ଷେପ କରୁଛନ୍ତି ତାହା ସାରା ରାଜ୍ୟକୁ ଚକିତ କରିଛି । କ୍ଷମତା ଲୋଭରେ ଅନ୍ଧ ପାଲଟି ଯାଇଥିବା ବିଜେପି ଏତେ ତଳକୁ ଖସିବ, ତାହା ଆମେ କେବେ କଳ୍ପନା କରି ନଥିଲୁ । ଏହା ବହୁତ୍ ଦୁର୍ଭାଗ୍ୟଜନକ । ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ ବୋଲି ବିଜେଡିର ମହିଳା ନେତ୍ରୀମାନେ କହିଛନ୍ତି । ଆଜି ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟିକା ଦିପାଳୀ ଦାସ ଏବଂ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଏହାକୁ ବିଜେପି ପ୍ରରୋଚିତ ମନ୍ତବ୍ୟ ଆଖ୍ୟା ଦେଇ ତୀବ୍ର ସମାଲୋଚନା କରିଥିଲେ ।

ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ, ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଓ ନବୀନ ବାବୁ ଅବହେଳା କରିଥିଲେ ବୋଲି ତାଙ୍କ ପରିବାର ସଦସ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଜୟ ଢୋଲକିଆ ଓ ତାଙ୍କ ମାଆ କଳ୍ପନା ଭାଉଜଙ୍କ ମନ୍ତବ୍ୟ ବିଜେଡିରେ ଥିବା ମହିଳାମାନଙ୍କୁ ସବୁଠାରୁ ଅଧିକ ମର୍ମାହତ କରିଛି । ନବୀନ ବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତର ଜଣେ ସର୍ବମାନ୍ୟ ନେତା । ରାଜୁ ଭାଇ ୨୪ ବର୍ଷ ଧରି ବିଜେଡିର ଜଣେ ନିଷ୍ଠାପର ଓ ବରିଷ୍ଠ ନେତା ଥିଲେ । ସେଥିପାଇଁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବା ସହ ଅନେକ ଦାୟିତ୍ୱ ନ୍ୟସ୍ତ କରିଥିଲେ । ରାଜୁ ଭାଇଙ୍କ ଚିକିତ୍ସା ଓ ମୃତୁ୍ୟ ପରେ ବି ନବୀନ ବାବୁ କିମ୍ୱା ବିଜେଡି ତାଙ୍କ ହାତ ଛାଡ଼ି ନଥିଲେ । ମୁଁ ଜଣେ ସାଧାରଣ ଗୃହିଣୀ ହେଲେ ମଧ୍ୟ ମୋ ପତିଙ୍କ ମୃତୁ୍ୟ ପରେ ମୋତେ ନିର୍ବାଚନରେ ଛିଡା କଲେ, ମୋତେ ମନ୍ତ୍ରୀ ପଦ ଦେଲେ । ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ପାଇଁ ମଧ୍ୟ ନବୀନ ବାବୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜୟ ଦିଲ୍ଲୀ ଯାଇ ବିକ୍ରି ହୋଇଗଲେ । ନବୀନ ବାବୁଙ୍କ ଉପରକୁ ଆଙ୍ଗୁଳି ଉଠାଇବା ପୂର୍ବରୁ ନିଜ ପୁଅର ଏହି ବିଶ୍ୱାସ ଘାତକତା ଉପରେ ଉତ୍ତର ରଖିବା ଆବଶ୍ୟକ । ଜୟ ନିଜକୁ ସ୍ୱର୍ଗତ ରାଜୁ ଭାଇଙ୍କ କୁପୁତ୍ର ଭାବେ ପ୍ରମାଣିତ କରିଛନ୍ତି । ବିଧାୟିକା ବର୍ଷା ସିଂ ବରିହା କହିଥିଲେ, ନୂଆପଡାରେ ସମସ୍ତେ ନବୀନ ବାବୁଙ୍କୁ ଅପେକ୍ଷା କରିଥିଲେ । ନବୀନ ବାବୁ ଆସିବା ପରେ ନୂଆପଡାରେ ବିଜେଡି ସପକ୍ଷରେ ମତ ଆହୁରି ମଜବୁତ୍ ହୋଇଛି । ଏଥିରେ ବିଜେପି ଅତ୍ୟନ୍ତ ଭୟଭୀତ ହୋଇଯାଇଛି । ସେଥିପାଇଁ ନୈତିକତାର ସବୁ ସୀମା ଟପି ଯାଇ ରାଜୁ ଭାଇଙ୍କ ପରିବାର ଲୋକଙ୍କ ମୁହଁରେ ମିଛ କୁହାଉଛନ୍ତି । ନୂଆପଡ଼ାବାସୀ ବିଜେପିର ହୀନ ରାଜନୀତିକୁ କେବେ ବରଦାସ୍ତ କରିବେ ନାହିଁ ।

ପୂର୍ବତନ ବିଧାୟିକା ଦିପାଳୀ ଦାସ କହିଥିଲେ, ଜୟ ଢୋଲକିଆ ଓ ତାଙ୍କ ପରିବାର ପ୍ରଥମେ ନିଜ ପିତାଙ୍କ ଘନିଷ୍ଠ ସହଯୋଗୀ ନବୀନ ବାବୁଙ୍କ ପ୍ରତି ବିଶ୍ୱାସ ଘାତକତା କଲେ । ଆଉ ଏବେ ମିଥ୍ୟା ଲା‚ନା ଦେଉଛନ୍ତି । ପ୍ରକୃତ କଥା ହେଲା ନବୀନ ବାବୁ ନୂଆପଡ଼ା ଗସ୍ତ କରିବା ପରେ ପରିସ୍ଥିତି ପୁରା ବଦଳି ଯାଇଛି । ଆସନ୍ନ ପରାଜୟକୁ ନେଇ ବିଜେପି ଅତ୍ୟନ୍ତ ଭୟଭୀତ ହୋଇଯାଇଛି । ସେଥିପାଇଁ ଆରମ୍ଭରୁ ଚୁପ୍ ଥିବା ଜୟ ଓ ତାଙ୍କ ମାଆ ବିଜେପି ଚାପରେ ମିଛ କହିବାର ସବୁ ସୀମା ଟପି ଯାଇଛନ୍ତି । ଜୟ ଢୋଲକିଆଙ୍କ ବାହାଘରରେ ନବୀନ ବାବୁ ଯୋଗ ଦେଇଥିଲେ ଆଉ ରାଜୁ ଭାଇଙ୍କ ଚିକିତ୍ସିତ ହେବା ଠାରୁ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ଢୋଲକିଆ ପରିବାର ସହ ଥିଲେ । ଅନ୍ତତଃ ଏହାକୁ ଜୟ ଓ କଳ୍ପନା ଭାଉଜ ଥରେ ଭାବିବା ଉଚିତ୍ ଥିଲା ।

ପୂର୍ବତନ ବିଧାୟିକା ଅଳକା ମହାନ୍ତି କହିଥିଲେ, ମୋ ସ୍ୱାମୀ ତଥା ପୂର୍ବତନ ବାଚସ୍ପତି, ସ୍ୱର୍ଗତ କିଶୋର ମହାନ୍ତିଙ୍କ ମୃତୁ୍ୟ ସମୟରେ ମୁଁ ଜଣେ ଗୃହିଣୀ ଥିଲି, ମୋ ପିଲାମାନେ ବହୁତ୍ ଛୋଟ ପିଲା ଥିଲେ । କିନ୍ତୁ ମୋ ସହ ନବୀନ ବାବୁ ଛିଡା ହୋଇଥିଲେ । ମୋତେ ସାହସ ଦେଇ ବିଧାୟିକା କଲେ । ସେ କାହା ପ୍ରତି ଅନ୍ୟାୟ ହେବାକୁ ଦିଅନ୍ତି ନାହିଁ, କି ନିରାଶ କରନ୍ତି ନାହିଁ । ଏପରି ଜଣେ ବ୍ୟକ୍ତିଙ୍କ ବିରୋଧରେ ଏତେ ବଡ ଅଭିଯୋଗକୁ କେହି ବିଶ୍ୱାସ କରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking