32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶକାହିଁକି ଦିଦି କହିଲେ, ଏକଲା ଚଲୋ?

କାହିଁକି ଦିଦି କହିଲେ, ଏକଲା ଚଲୋ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫେଲ୍ ମାରିଲା ଅରବିନ୍ଦ କେଜ୍ରିୱାଲଙ୍କ ରଣନୀତି । ହରିୟାଣା ଓ ଦିଲ୍ଲୀ ପରାଜୟ ପାଇଁ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀରେ କଂଗ୍ରେସ ଆପକୁ ସହାୟତା କଲାନି କି ହରିୟାଣାରେ କଂଗ୍ରେସକୁ ଆପ ସହଯୋଗ କଲାନି । ଫଳରେ ଦୁଇ ରାଜ୍ୟରେ ବିଜେପି ଜିତିଲା ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି ମମତା । ଗୋଟେପଟେ ଇଣ୍ଡିଆ ମେଣ୍ଟର ସହଯୋଗୀ ଏକାଠି ହୋଇ ନିର୍ବାଚନ ଲଢିବାକୁ କହୁଥିବା ମମତା କିନ୍ତୁ ଆସନ୍ତା ବର୍ଷ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏକା ଲଢିବାକୁ କହିଛନ୍ତି । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମେଣ୍ଟକୁ ନା । ଏକା ଲଢିବ ମମତାଙ୍କ ତୃଣମୂଳ କଂଗ୍ରେସ । ଏକା ଲଢି ଦୁଇ ତୃତୀୟାଂଶ ବହୁମତ ସହ ବିଜୟୀ ହେବା ସହ ସରକାର ଗଢିବ ବୋଲି ଦଳୀୟ ବୈଠକରେ ଦମ୍ଭ ଦେଖାଇଛନ୍ତି ମମତା। ଏଥିସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ସହ ଟିଏମସି ଆଗାମୀ ନିର୍ବାଚନରେ ମେଣ୍ଟ କରିବନି ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗରେ କଂଗ୍ରେସର ସେଭଳି ଜନାଧାର ନାହିଁ । ନିଜକୁ ବଳୀ ପକାଇ ଟିଏମସି ବିରୋଧୀ ମେଣ୍ଟକୁ ମଜବୁତ କରିବାକୁ ଉଦ୍ୟମ କରିବନି ବୋଲି ତୃଣମୂଳ କଂଗ୍ରେସ ନେତା କହିଛନ୍ତି । ସେପଟେ କଂଗ୍ରେସ କହିଛି, ଦିଲ୍ଲୀ ନିର୍ବାଚନରେ କଂଗ୍ରେସକୁ ଅଣଦେଖା କରିବା ଭୁଲକୁ ଅନେକ ଦଳ ବୁଝିଛନ୍ତି । ତେବେ ଟିଏମସିର ବୟାନକୁ ଅନାବଶ୍ୟକ ମନ୍ତବ୍ୟ କହିଛି କଂଗ୍ରେସ । କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ସଂପର୍କ କେବେ ନରମ ତ କେବେ ଗରମ ରହିଛି । ୨୦୨୪ ଲୋକସଭା ନିର୍ବାଚନ ପରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇ ଶୁଭଙ୍କର ସରକାରଙ୍କୁ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି କରିଥିଲା କଂଗ୍ରେସ। ଟିଏମସି ସହ ସଂପର୍କ ସୁଧାରିବା ଦିଗରେ ଏହାକୁ କଂଗ୍ରେସର ପଦକ୍ଷେପ କୁହାଯାଇଥିଲା । ତେବେ କଂଗ୍ରେସର ଏହି ଉଦ୍ୟମ କାମ ଦେଇନଥିବା ଜଣାପଡିଛି । ଇଣ୍ଡିଆ ବ୍ଲକରେ ବି କଂଗ୍ରେସଠାରୁ ଦୂରତା ରକ୍ଷା କରିଆସିଛି ଟିଏମସି । ଦିଲ୍ଲୀରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନ ପରେ ମେଣ୍ଟ ନକରିବାକୁ ନିଷ୍ପତ୍ତି ନେଇଛି ଦଳ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking