17.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶଡେମୋକ୍ରାଟିକ ପାର୍ଟି ନେତାମାନେ କାହିଁକି ଟ୍ରମ୍ପଙ୍କୁ ପରିହାସ କଲେ ,ଜାଣନ୍ତୁ ଟ୍ରମ୍ପ ଏହାର ପ୍ରତିଉତ୍ତର କଣ...

ଡେମୋକ୍ରାଟିକ ପାର୍ଟି ନେତାମାନେ କାହିଁକି ଟ୍ରମ୍ପଙ୍କୁ ପରିହାସ କଲେ ,ଜାଣନ୍ତୁ ଟ୍ରମ୍ପ ଏହାର ପ୍ରତିଉତ୍ତର କଣ ଦେଇଥିଲେ …

ୱାସିଂଟନ : କିଛି ଦିନ ତଳେ ଟ୍ରମ୍ପଙ୍କୁ ଜୀବନରୁ ମାରିଦେବାପାଇଁ ଚକ୍ରାନ୍ତ ହୋଇଥିଲା । ଟ୍ରମ୍ପ ଏକ ସଭାକୁ ଯିବାବେଳେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା ଯାହାଫଳରେ ଟ୍ରମ୍ପଙ୍କ ଡାହାଣ ପଟ କାନରେ ଗୁଳି ବାଜିଥିଲା । ତେବେ ହତ୍ୟା ଉଦ୍ୟମରୁ ବର୍ତ୍ତିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ତାଙ୍କ ପ୍ରଥମ ମେଗା ରୢାଲିରେ ରାଷ୍ଟ୍ରର ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଡେମୋକ୍ରାଟିକ ପାର୍ଟି ନେତାମାନେ ଟ୍ରମ୍ପ୍‌ଙ୍କୁ ଗଣତନ୍ତ୍ର ପ୍ରତି ବିପଦ କହି ସମାଲୋଚନା କରୁଥିବାରୁ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ୍‌ ଏହାର ଜବାବରେ କହିଛନ୍ତି ଗତ ସପ୍ତାହରେ ମୁଁ ଗଣତନ୍ତ୍ର ପାଇଁ ଏକ ଗୁଳି ଖାଇଛି। ସେ କହିଛନ୍ତି, ମୁଁ ଆଦୌ ଉଗ୍ରବାଦୀ ନୁହେଁ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସବୁବେଳେ କାମ କରିଆସିଛି। ଏହି ଅବସରରେ ଟ୍ରମ୍ପ୍‌ ରାଷ୍ଟ୍ରପତି ଜୋ ବାଇଡେନ ଓ ଡେମୋକ୍ରାଟିକ ପାର୍ଟିର ନିର୍ବାଚନୀ ବ୍ୟବସ୍ଥାକୁ ପରିହାସ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଏ ପର୍ଯ୍ୟନ୍ତ ସେମାନଙ୍କ ଡେମୋକ୍ରାର୍ଟି ପାର୍ଟିର ପ୍ରାର୍ଥୀ କିଏ ତାହା ସେମାନେ ଜାଣିନାହାନ୍ତି। ଯେଉଁମାନେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ କରୁଛନ୍ତି ସେମାନେ ଏବେ ଗଣତନ୍ତ୍ରର ଦ୍ବାହି ଦେଇ ମୋତେ ଟାର୍ଗେଟ୍‌ କରିବା ହାସ୍ୟାସ୍ପଦ ବୋଲି ଟ୍ରମ୍ପ୍‌ କହିଛନ୍ତି।ଗୋଟିଏ ପଟେ ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ୍‌ଙ୍କ ପ୍ରତି ଜନସମର୍ଥନ ବଢ଼ୁଥିବା ବେଳେ ଅନ୍ୟପଟେ ଡେମୋକ୍ରାଟ୍‌ମାନେ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ବାଇଡେନଙ୍କ ସମର୍ଥକମାନେ ତାଙ୍କ ପ୍ରତି ସମର୍ଥନ ଜାହିର କରି କୌଣସି ସ୍ଥିତିରେ ବି ବାଇଡେନ ଓହରିବେ ନାହିଁ ବୋଲି କହୁଥିବା ବେଳେ ଦଳର ଅନେକ ବରିଷ୍ଠ ନେତା ବାଇଡେନ ରାଷ୍ଟ୍ରପତି ଦୌଡ଼ରୁ ଓହରିଯିବାକୁ ଚାପ ପକାଉଛନ୍ତି। ତେବେ ବାଇଡେନଙ୍କ ପ୍ରାର୍ଥିତ୍ବ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁନଥିବାରୁ ରିପବ୍ଲିକାନ ଦଳ ଏହାର ସିଧାସଳଖ ଫାଇଦା ଉଠାଉଛି। ୮୧ ବର୍ଷୀୟ ବାଇଡେନ ଦୌଡ଼ରେ ରହିବେ ବୋଲି ସର୍ବସାଧାରଣରେ ଅଡ଼ି ବସିଥିବା ବେଳେ କିଛି ରିପୋର୍ଟରୁ ଜଣାପଡିଛି ଯେ ସେ କିପରି ଏଥିରୁ ଓହରିବେ ସେ ନେଇ ଦଳ ଏକ ରଣନୀତି ପ୍ରସ୍ତୁତ କରୁଛି। ବାଇଡେନଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଏଥିପାଇଁ ମନାଇବାକୁ ଅନେକ ଡେମୋକ୍ରାଟ ପରାମର୍ଶ ଦେଇଛନ୍ତି। କିଛି ଡେମୋକ୍ରାଟ ଆଶଙ୍କା କରୁଛନ୍ତି ଯେ ଏତେ ବିଳମ୍ବରେ ପ୍ରାର୍ଥୀ ପରିବର୍ତ୍ତନକୁ ଜନସାଧାରଣ ଗ୍ରହଣ କରିବେ ନାହିଁ ଏବଂ ଏହା ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking